ମନ୍ଦିର ପାହାଚରେ ପାଦ ରଖିଲେ ଶୁଭେ ସଙ୍ଗୀତର ସ୍ୱର
ତାମିଲନାଡୁ ରାଜ୍ୟର ଦାରାସୁରମରେ ରହିଛି ଐରାବତେଶ୍ୱର ମନ୍ଦିର । ମନ୍ଦିରର କାରୁକାର୍ଯ୍ୟ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ ମଧ୍ୟ । ଭକ୍ତମାନେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏହା ସଶ୍ଛକୟଙ୍କର ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । କୁହାଯାଏ, ମନୋରଞ୍ଜନ ପାଇଁ ସତେ ଯେମିତି ଏହା ନିର୍ମାଣ କରାଯାଇଛି । ଏଠାରେ ପଥରରେ ନିର୍ମାଣ କରାଯାଇଛି ୩ଟି ଶିଡ଼ି । ଏହି ଶିଡ଼ି ଖୁବ୍ ଲୋଭନୀୟ । ଶିଡ଼ିର ଆଉ ବିଶେଷତ୍ତ୍ୱ ଏକ ହେଲା ଏହା ଉପରେ ହାଲୁକା ଭାବେ ପାଦ ରଖିଲେ ସଙ୍ଗୀତର ଧ୍ୱନି ଶୁଭିବ । ଯାହା ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ । ମନ୍ଦିରର ସ୍ତମ୍ଭ ୮୦ ଫୁଟ ଉଚ୍ଚ ହୋଇଥିବାବେଳେ ସମ୍ମୁଖର ଦକ୍ଷିଣ ଭାଗ ପଥରରେ ରଥ ସଦୃଶ ନିର୍ମିତ ହୋଇଛି । ଯେଉଁଥିରେ ଘୋଡ଼ା ଖଞ୍ଜାଯାଇଥିବା ଦେଖିବାକୁ ମିଳେ । ମନ୍ଦିର ଅଗଣାର ପୂର୍ବରେ ବଳି ଦେବା ପାଇଁ ଏକ ସ୍ଥାନ ରହିଛି । ଏଠାରେ ଗଣେଶଙ୍କ ମୂର୍ତ୍ତିି ଥିବାବେଳେ ଗଣେଶଙ୍କ ଆସ୍ଥାନଠାରୁ ଏହି ଶିଡ଼ି ନିର୍ମାଣ କରାଯାଇଛି । ମନ୍ଦିରର ଦକ୍ଷିଣ – ପଶ୍ଚିମ କୋଣରେ ୪ ତୀର୍ଥର ଏକ ମଣ୍ଡପ ଥିବାବେଳେ ଯମରାଜଙ୍କ ଚିତ୍ର ରହିଛି । କୁହାଯାଏ, ଐରାବତ ହାତୀର ରଙ୍ଗ ଧଳା ଥିଲା । ଦୁର୍ବାସା ଋଷିଙ୍କ ଅଭିଶାପ ପାଇ ଏହାର ରଙ୍ଗ ବଦଳିଗଲା । ଏହା ଏକ ହିନ୍ଦୁ ମନ୍ଦିର ଅଟେ । ଯାହା ଦକ୍ଷିଣ ଭାରତରେ ୧୨ ଖ୍ରୀଷ୍ଟାବ୍ଦରେ ରାଜରାଜା ଦ୍ୱିତୀୟ ଚୋଳଙ୍କ ଦ୍ୱାରା ନିର୍ମାଣ
କରାଯାଇଥିଲା । ଏହି ମନ୍ଦିର ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଭଗବାନ ଶିବଙ୍କୁ ଏଠାରେ ଐରାବତେଶ୍ୱର ରୂପରେ ଗଣନା କରାଯାଏ । କାରଣ ଏହି ମନ୍ଦିରରେ ଦେବତାଙ୍କ ରାଜା ଇନ୍ଦ୍ରଦେବଙ୍କ ଧଳା ହାତୀ ଐରାବତ ଦ୍ୱାରା ଭଗବାନ ଶିବଙ୍କୁ ପୂଜା କରାଯାଉଥିଲା ।