ବାରାଣାସୀ ସର୍ବୋଦୟ ସାଧନା କେନ୍ଦ୍ରର ପୁନଃନିର୍ମାଣ ଦାବୀ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଅବସରରେ ବାରିପଦା ଗାନ୍ଧୀପାର୍କ ଠାରେ ମହାତ୍ମା ଗାନ୍ଧୀ, ଲାଲ ବହାଦୁର ଶାସ୍ତ୍ରୀ ଏବଂ କସ୍ତୁରବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମୟୁରଭଞ୍ଜ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ବାରାଣସୀ ସ୍ଥିତ ଗାନ୍ଧୀ – ବିନୋବା – ଜୟପ୍ରକାଶଙ୍କ ବିଚାର ଆଧାରିତ ସର୍ବୋଦୟ ସାଧନା କେନ୍ଦ୍ରକୁ ସ୍ଥାନୀୟ ସରକାର ଭାଙ୍ଗି ଦେଇଥିବାରୁ ଏହାର ର ପୁନଃନିର୍ମାଣ ପାଇଁ ସର୍ବ ସେବା ସଙ୍ଘ ତରଫରୁ ଜାରି ରହିଥିବା ୧୦୦ ଦିନ ବ୍ୟାପୀ ନ୍ୟାୟର ଦୀପ ଜଳାଅ ସତ୍ୟାଗ୍ରହ ସମର୍ଥନରେ ମୟୁରଭଞ୍ଜ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ମହମ ବତୀ ଜଳାଇ ତୁରନ୍ତ ସରକାର ଏଭଳି ଏକ ଐତିହ୍ୟ ସ୍ଥଳୀର ପୁନଃ ନିର୍ମାଣ କରିବାକୁ ଦାବୀ କରାଯାଇଛି. କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧିବାଦୀ କର୍ମୀ ଶରତ ଚନ୍ଦ୍ର ନାୟକ, ଆର୍ଯ୍ୟଭଟ୍ଟ ମହାନ୍ତି, ଦୀପକ କୁମାର ନାୟକ, ସୟେଦ ସିରାଜୁଦ୍ଦିନ, ଶାରଦା ପ୍ରସାଦ ବାରିକ, ରମାକାନ୍ତ ରାଉତ, ହରେକୃଷ୍ଣ ପାତ୍ର, ଶିବ ଶଙ୍କର ମହାନା, ଜ୍ୟୋତ୍ସ୍ନା ଅଗ୍ରୱାଲ, ଝିଲି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ.