୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ
ଗୋପ,(ୱାଏନଏସ):ଗୋପ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ଗୋପ ବନବିଭାଗ ତରଫରୁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡ଼ିଶା ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଉତ୍ସର୍ଗ ପରିବାର, ସବୁଜ ସଂକଳ୍ପ ସ୍ବେଛାସେବୀ ଓ ଗୋପ ନିମାପଡା ବନ୍ୟାଞ୍ଚଳର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏକ ଗ୍ରାମ ଓ ବଜାର ରେ ପରିକ୍ରମା ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଗୋପ ବନବିଭାଗ ଅଧିକାରୀ ସୁଦର୍ଶନ ଦେହୁଡି, ବନପାଳ ଅଧିକାରିଣୀ ଶ୍ରୀମତି ବିଜୟଲକ୍ଷ୍ମୀ ବଳ, ନିମାପଡା ବନପାଳ ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବନରଖି ଅଧିକାରିଣୀ ଶ୍ରୀମତି ପୁଷ୍ପାଞ୍ଜଳି ଦାଶ, ନିମାପଡା ବନରଖି ଅଧିକାରିଣୀ ଶ୍ରୀମତି ଗୀତାଞ୍ଜଳି ବେହେରା, ବିଶିଷ୍ଠ ସମାଜସେବୀ ପ୍ରକୃତି ବନ୍ଧୁ ପରିବେଶ ବିଦ ପ୍ରକାଶ ଚନ୍ଦ୍ର ଖଟୋଇ, ଉତ୍ସର୍ଗ ପରିବାର ସଭାପତି ଶିକ୍ଷାବିଦ ଲକ୍ଷ୍ମୀଧର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଅଭିଭାଷଣ ରଖିଥିଲେ l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉତ୍ସର୍ଗ ପରିବାରର ସମ୍ପାଦକ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ସବୁଜ ସଂକଳ୍ପ ସଭାପତି ରମେଶ ବେହେରା l ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ବନବିଭାଗ କର୍ମଚାରୀ ଭାଗିରଥି ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଅକ୍ଷୟ କୁମାର ସାହୁ, ଜିତେନ୍ଦ୍ର ଜେନା, ଧଡ଼େଶ୍ଵର ଦାସ, ରୁଦ୍ରନାରାୟଣ ବେହେରା, ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ l

 
             
						 
						 
						 
						 
						 
						
