ଦଶହରାଭେଟି ସଫେଇ କର୍ମଚାରୀଙ୍କୁ ଦେଲେ କର୍ପୋରେଟର
ବ୍ରହ୍ମପୁର, ୫/୧୦(ଅନିଲ କୁମାର): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧୪ନମ୍ୱର୍ ୱାର୍ଡ ରେ କର୍ପୋରେଟର ଗୀତା ରାଣୀ ପଣ୍ଡା ଓ ବିଜେଡି ଉପସଭାପତି ଦୁର୍ଗା ପ୍ରସାଦ ପଣ୍ଡା ନିଜସ୍ଵ ପାଣ୍ଠିରୁ ଦଶହରା ଲାଗି ସଫେଇ କର୍ମଚାରୀ ଓ ୱାର୍ଡ କର୍ମକର୍ତ୍ତାଙ୍କୁ ମାଗଣାରେ ବସ୍ତ୍ର ବଣ୍ଟନ କରିଥିଲେ । ପ୍ରେମ ନଗର୍ ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ସାମ୍ୱାଦିକ ସଂଘ ଗଞ୍ଜାମର ସଭାପତି ସୁଦିପ କୁମାର ସାହୁ ଯୋଗ ଦେଇ ଏପରି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାୟ ୬୫ ଜଣଙ୍କୁ ଏପରି ବସ୍ତ୍ର ବଣ୍ଟନ କରାଯାଇଥିଲା । କର୍ପୋରେଟର ପଣ୍ଡାଙ୍କ ଦ୍ଵାରା ପୂର୍ବରୁ ମଧ୍ୟ ସାବିତ୍ରୀ ପୂଜା, ରାକ୍ଷୀ ପୂର୍ଣ୍ଣିମାରେ ବସ୍ତ୍ର ବଣ୍ଟନ କରାଯାଇଥିଲା । ୱାର୍ଡ ର ସ୍ଵଚ୍ଛତା , ପରିବେଶ ର ସୁରକ୍ଷା ସହ ୱାର୍ଡ ର ବିକାଶ କାର୍ଯ୍ୟ ରେ ସଫେଇ କର୍ମଚାରୀ ଓ କର୍ମକର୍ତ୍ତା ସହଯୋଗ କରି ଆସୁଥିବାରୁ ସେମାନଙ୍କୁ ସମ୍ମାନ ଜଣାଇ ବାକୁ ଏହି ସହଯୋଗ ଯୋଗାଇ ଦିଆଯାଉଥିବା ଏଠାରେ ବିଜେଡି ଉପସଭାପତି ପଣ୍ଡା କହିଥିଲେ । ଅମୂଲ୍ୟ ସାବତ, କୁନି ବେହେରା, ବନିତା ପଣ୍ଡା, ଝୁଲି ପଟ୍ଟନାୟକ ଓ ସଞ୍ଜୁ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରି ଥିଲେ ।