ସାନଖେମୁଣ୍ଡି ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ସଂଯୋଜନାରେ ଆୟୋଜିତ ଶୁଣାଣୀରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର,ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନ୍ହା ଦସ୍ତାଗିର ,ଡେପୁଟି କଲେକ୍ଟର ଭବତୋଷ ମଲ୍ଲିକ , ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣୀରେ ବ୍ଳକର ୪୧୮ ଗୋଟି ଅଭିଯୋଗ ଶୁଣାଣୀ ଆବେଦନ କରାଯାଇଥିଲା। ସେଥିରେ ମଧ୍ୟରୁ ପେନସନ ପାଇଁ ୨୫, ଜଣ ସ୍ବାସ୍ଥ୍ୟ (୩) ରାସନ୍ କାର୍ଡ ,( ୬୦) ଦିବ୍ୟାଙ୍ଗ ଙ୍କଉପକରଣ ସହାୟତା ସମ୍ପର୍କିତ , ଶିକ୍ଷା, ଗମନା ଗମନ , ଗ୍ରାମ୍ୟ ପାନୀୟଜଳ , ଆବାସ ଯୋଜନାପାଇଁସର୍ବାଧିକ(୩୩୦)ଜଣଆବେଦନ ସମ୍ପର୍କିତ ଜନଶୁଣାଣୀ ହୋଇଥିଲା । ଡିବ୍ୟାଙ୍ଗ ଜଣକୁ ଟ୍ରାଇ ସାଇକଲ,୩ ଜଣଙ୍କୁ ହ୍ବିଲ୍ ଚେୟାର ସହାୟତା ଦିଆଯାଇଛି। ରେଡ୍ କ୍ରସ ପାଣ୍ଠି ରୁ ସ୍ୱାସ୍ଥ୍ୟ ପାଇଁ ୩ ଜଣଙ୍କୁ ୯ ହଜାର ଟଙ୍କା ସହାୟତା ଦିଆଯାଇଛି।ସାନଖେମୁଣ୍ଡି କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉନାହାନ୍ତି ଯାହା ଫଳରେ ବର୍ଷା ଅଭାବରୁ ଫସଲ ନଷ୍ଟ ହେବାକୁ ଯାଉଛି କେନାଲ ଯୋଗେ ସାହାସପୁର ପାଣି ଯାଇନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ସାହାସପୁର ବ୍ରିଜ ଠାରୁ ଓସ୍ତା ଯାଏଁ ଋଷିକୂଲ୍ୟା କେନାଲ ରାସ୍ତା ପିଚୁ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ହସ୍ତାନ୍ତର. ଏମ ବି କେ, ସି ଆର ପି ନିଯୁକ୍ତି କରିବା ପାଇଁ ସରପଞ୍ଚ ସମିତି ସଭ୍ୟ ଙ୍କ ଲିଖିତ ଅଭିଯୋଗ କରିଛନ୍ତି। ଟି ଗୋବିନ୍ଦପୁର ପଞ୍ଚାୟତ ସ୍କୁଲ ରେ ଶିକ୍ଷକ ଅଭାବ, ସାହସପୁର ସ୍ମାର୍ଟ ସ୍କୁଲ ରେ ଛାତ୍ର ଛାତ୍ରୀ ବାରଣ୍ଡା ରେ ପାଠ ପଢୁଥିବା ଅଭିଯୋଗ କରିଛନ୍ତି।ସାନଖେମୁଣ୍ଡି ବ୍ଳକ ପରିସର ରେ ଥିବା ପଞ୍ଚାୟତ ଆଡପଡ଼ା ହିଞ୍ଜିଳି,ଗୌତମୀ ପଞ୍ଚାୟତ ବ୍ରହ୍ମପୁର ସଦର ଥାନା , ମୌଳାଭଣଜା ପଞ୍ଚାୟତ ଦିଗପହଣ୍ଡି ଥାନା ଅଧୀନରେ ରହିଥିବା ବେଳେ ପାଟପୁର ଥାନା ସୀମା ନିର୍ଦ୍ଧାରଣ କରି ,ପାଟପୁର ଥାନାରେ ସାମିଲକରିବା ପାଇଁ ସାନଖେମୁଣ୍ଡି ଓକିଲ ସଂଘ ସଭାପତି ପ୍ରଶାନ୍ତ କୁମାର ଡାକୁଆ ଙ୍କ ନେତୃତ୍ୱରେ ବହୁ ଆଇନଜୀବୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିପରି ପୁଡ଼ାମାରି ବାଜରଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଦୀର୍ଘ ବର୍ଷ ଧରି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପୋଷାକ ତିଆରି ( ସିଲାଇ) କରି ଜୀବିକା ନିର୍ବାହ କରୁଥିଲେ।କିନ୍ତୁ ହଟାତ ପରିବର୍ତ୍ତନ କରି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସାନଖେମୁଣ୍ଡି ବ୍ଲକ ସ୍କୁଲ ରେ ବଣ୍ଟନ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ଚିକିତ୍ସା ନିମନ୍ତେ ରେଡକ୍ରସ ପାଣ୍ଠିରୁ ୯ ହଜାର ଟଙ୍କାର ଆର୍ଥିକ ସହାୟତା ୩ ଜଣଙ୍କୁ ଦିଆଯାଇଛି। ଅନୁଷ୍ଠିତ ଶୁଣାଣୀରେ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ପୁସା ମୁଣ୍ଡା,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭବାନୀ ବେହେରା ବ୍ଳକ ଅଧିନସ୍ଥ ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଏବିଡିଓ ବୈଜନ୍ତି ମୁଣ୍ଡା,ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର , ଜିପିଓ ମନାଲିସା କିସ୍କୁ,ଯୋଗାଣ ନିରୀକ୍ଷକ ସମେତ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଓ ଯୋଗାଣ ସହାୟକ କର୍ମଚାରୀ ମାନେ ଅଭିଯୋଗ ପଞ୍ଜୀକରଣ କାର୍ଯ୍ଯରେ ସହଯୋଗ ପ୍ରଦାନ କରିଥିଲେ।ବ୍ଲକ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ