ପାଞ୍ଚ ଜଣ ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ
ସମ୍ବଲପୁର,(ଲିପନ ନାୟକ): ଲାଞ୍ଜିଗଡ ରୋଡର ପଏଣ୍ଟସ୍ ମ୍ୟାନ ପ୍ରଭାତ କୁମାର ପଣ୍ଡା, ବରଗଡ ରୋଡ ର ସିନିୟର ସେକ୍ସନ ଇଞ୍ଜିନିୟର ଓମକାର ନାଥ ସାହୁ, ବୃନ୍ଦାମାଲ ର ସିଗନାଲ ଟେକନିସିଆନ ସନ୍ଦୀପ ଦାସ, ସମ୍ବଲପୁର ର ସିନିୟର ଗୁଡସ ମ୍ୟାନେଜର ଗଣେଶ୍ୱର ପ୍ରଧାନ ଏବଂ କଣ୍ଟାବାଞ୍ଜି ର ଟ୍ରାକ୍ ମ୍ୟାଣ୍ଟେନର୍ ଅକ୍ଷୟ ବହେରାଙ୍କୂ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି। ସମ୍ବଲପୁର ଡିଆରଏମ ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ଅତିରିକ୍ତ ଡିଆରଏମ ମନଜିତ ସିଂହ ସାନସନୱାଲ ପ୍ରମୁଖ ଉପସ୍ଥିତ ଥିଲେ।


