ଭୀଷ୍ମଗିରି ହାଇସ୍କୁଲରେ ସକ୍ଷମ କେନ୍ଦ୍ର ଉଦଘାଟନ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ  ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ ମାନଙ୍କ ନିମନ୍ତେ ମଙ୍ଗଳବାର ସକ୍ଷମ କେନ୍ଦ୍ର ଉଦଘାଟନ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ସକ୍ଷମ କେନ୍ଦ୍ରକୁ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସେହିପରି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ , ବୈଷୟିକ ପରାମର୍ଶଦାତା ସୁବ୍ରତ ନାରାୟଣ ମହାରଣା , ସିଆରସିସି ସରୋଜକାନ୍ତ ସାହୁ, ସରୋଜ କୁମାର ନାୟକ, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ସ୍ଥାନୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଉକ୍ତ ସକ୍ଷମ କେନ୍ଦ୍ରରେ ଦିବ୍ୟାଙ୍ଗ  ଛାତ୍ରୀ ଛାତ୍ର ବୃନ୍ଦ ବିଭିନ୍ନ ଥେରାପି, ପରାମର୍ଶ, ଆବଶ୍ୟକ ସେବା ତଥା ଅନ୍ଯାନ୍ୟ ବୈଷିକ ଶିକ୍ଷା ବିକାଶରେ ସମୃଦ୍ଧ ହୋଇପାରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ୪୫ ଜଣ ଦିବ୍ୟାଙ୍ଗ  ଛାତ୍ରୀ ଛାତ୍ର ଏବଂ ସେମାନଙ୍କ ଅଭିଭାବ  ମାନେ ଯୋଗ ଦେଇଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ତନିର୍ବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସିମାଞ୍ଚଳ ଦୋରା, ପ୍ରଶାନ୍ତ ସାହୁ, ଏସ୍. ଅନୀଲ ଦୋରା, ସଞ୍ଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ