ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠେରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ପ୍ରେସ କ୍ଲବର ସଭାପତି ବିପ୍ଳବ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ।ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀଙ୍କ ସଂଯୋଜନାରେ ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ,ସୃଷ୍ଟିଧର ପରିଡ଼ା, ଉବାଚକ ମହାନ୍ତି,ବ୍ରହ୍ମାନନ୍ଦ ସ୍ବାଇଁ,ଅଭୟ ଦାସ,ମନୋଜ କୁମାର ରାଉଳ,ରବିରଞ୍ଜନ ଦାସ,ଏମଡି ହାଇଦର ଖାନ,ଯଶୋଦା ନନ୍ଦନ ଆସ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମହାନ୍ତି ଜଣେ ସୁସାହିତ୍ୟିକ,ସଂଗଠକ, ସଙ୍ଗୀତଜ୍ଞ ଓ ସଂସ୍କୃତି ପ୍ରେମୀ ବ୍ୟକ୍ତି ଥିଲେ।ଜଣେ ମିଷ୍ଟଭାଷୀ,ମେଳାପୀ, କର୍ତ୍ତବ୍ୟନିଷ୍ଟ ସାମ୍ବାଦିକ ଭାବରେ ତାଙ୍କର ନିଆରା ପରିଚୟ ଥିଲା ବୋଲି ସ୍ମୃତି ଚାରଣ ସଭାରେ ମତପ୍ରକାଶ ପାଇଥିଲା।ସ୍ବର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସାମ୍ବାଦିକା ଅପର୍ଣ୍ଣା ମହାପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ କଞ୍ଜମଣି ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ