ପୋଢ଼ୁଆଁ ହେଲେ ଜ୍ୟେଷ୍ଠ ସନ୍ତାନ ହଳଦିପତ୍ର ପିଠାରେ ମହକିଲା ଘର
ନିମାପଡ଼ା,(ସନ୍ତୋଷ ଦାଶ): ଶନିବାର ଥିଲା ପବିତ୍ର ମାର୍ଗଶିର ମାସର ଅଷ୍ଟମୀ ତିଥି। ଓଡ଼ିଆର ଘରେ ଘରେ ଏହା ପ୍ରଥମାଷ୍ଟମୀ ବା ପୋଢ଼ୁଆଁଷ୍ଟମୀ ଭାବେ ପରିଚିତ। ଘରର ଜ୍ୟେଷ୍ଠ ସନ୍ତାନ ପ୍ରାତଃରୁ ସ୍ନାନ କରି ମାମୁଁ ଘରୁ ଆସିଥିବା ନବ ବସ୍ତ୍ର ପରିଧାନ କରି ପରିବାରର ବୟସ୍କ ମାନଙ୍କୁ ପ୍ରଣାମ କରି ଆଶ୍ରିବାଦ ନେଇଥିଲେ। ଘରେ ଘରେ ପ୍ରସ୍ତୁତ ହୋଇଥିଲା ହଳଦୀ ପତ୍ର ଦିଆ ଏଣ୍ଡୁରି ପିଠା। ହଳଦୀ ପତ୍ର ବାସ୍ନା ରେ ମହକି ଉଠିଥିଲା ଘର। ପିତୃ କୂଳ ଓ ମାତୃ କୂଳ ର ପରିବାର ମଧ୍ୟରେ ସୁ ସମ୍ପର୍କ ରଖିବାକୁ ଏହି ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଜଡ଼ିତ ହୋଇ ରହିଛି କାହିଁ କେଉଁ କାଳରୁ ବୋଲି କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର। ପରିବାର ର ଜ୍ୟେଷ୍ଠ ସନ୍ତାନ ଆଗାମୀ ଦିନରେ ଘର ର ମୂରବୀ ହେବାକୁ ଥିବାରୁ ତାଙ୍କୁ ସମ୍ମାନ ଜଣାଇବାକୁ ଏହି ପର୍ବ ପାଳନ କରାଯାଏ ବୋଲି ଆଉ କେତେକ
କୁହନ୍ତି।ପ୍ରଥମାଷ୍ଟମୀ ପାଇଁ ସବୁ ଗାଁରେ ଆନନ୍ଦ ଉଲ୍ଲାସ ସୃଷ୍ଟି ହୋଇଥିଲା।