ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହର ମିଳିତ ମଞ୍ଚ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ୧୨ ଦଫା ଦାବିିକୁ ନେଇ ସର୍ବଭାରତୀୟ ଡ଼ାକରାରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଫସଲ ପାଇଁ ଆଇନଗତ ଭାବେ ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲ ପାଇଁ ସି-୨ ଯୁକ୍ତ ଏହାର ୫୦ ଶତାଂଶ ହାରରେ ସର୍ବନିମ୍ନ ସାହାୟକ ମୂଲ୍ୟ ପ୍ରଦାନ କରିବା କାର୍ଯ୍ୟକାରୀ କରାଯାଉ ।୪ଟି ଶ୍ରମ କୋଡ୍ ଉଚ୍ଛେଦ କରାଯାଉ, ଶ୍ରମର ଆଉଟସୋର୍ସିଂ ନିଯୁକ୍ତି ଓ ଠିକା-କରଣ (ଚୁକ୍ତିଭିତ୍ତିକ ଚାକିରି ପ୍ରଦାନ) ବନ୍ଦ କରାଯାଉ ଏବଂ ସମସ୍ତଙ୍କ ପାଇଁ ରୋଜଗାର ସୁନିଶ୍ଚିତ କରାଯାଉ । ସଂଗଠିତ, ଅସଂଗଠିତ ଓ କୃଷି କ୍ଷେତ୍ରର ସମସ୍ତ ଶ୍ରମିକଙ୍କ ପାଇଁ ଜାତୀୟ ସର୍ବନିମ୍ନ ମଜୁରୀ ମାସିକ ୨୬,୦୦୦ ଟଙ୍କା ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକାରୀ କରାଯାଉ । କୃଷକ ଓ କୃଷି ଶ୍ରମିକମାନଙ୍କୁ ଋଣବୋଝରୁ ମୁକ୍ତ କରିବା ପାଇଁ ଏବଂ ଚାଷୀ ଆତ୍ମହତ୍ୟାକୁ ବନ୍ଦ କରିବା ପାଇଁ ବ୍ୟାପକ ଋଣ ଛାଡ଼ କରାଯାଉ । ନ୍ୟାସନାଲ ମନିଟାଇଜେସନ୍ ପାଇପଲାଇନ୍ (ଏନ୍ ଏମ୍ ପି)କୁ ରଦ୍ଦ କରାଯାଉ । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ୍ ଶକ୍ତି ଯୋଗାଣ ଇତ୍ୟାଦି ସାର୍ବଜନୀନ ସେବାର ଘରୋଇକରଣ ବନ୍ଦ କର । ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଇବା ବନ୍ଦ କର, କୃଷି ପମ୍ପ ପାଇଁ ମାଗଣା ବିଜୁଳି, ଘରୋଇ ଉପଭୋକ୍ତା ଏବଂ ଦୋକାନଗୁଡ଼ିକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରାଯାଉ । ରାଜ୍ୟ ସରକାରଙ୍କ ଅଧିକାରକୁ ଉଲ୍ଲଂଘନ କରୁଥିବା ଏବଂ କୃଷିର କର୍ପୋରେଟ୍‌କରଣକୁ ସହଜ ସୁଗମ କରୁଥିବା ଭଳି କେନ୍ଦ୍ର ସରକାରଙ୍କ କୌଣସି ପଦକ୍ଷେପ, ଯଥା ଡିଜିଟାଲ କୃଷି ମିଶନ (ଡି.ଏ.ଏମ୍‌.), ଜା’ତୀୟ ସମବାୟ ନୀତି’ ଏବଂ ‘ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସହିତ ଆଇ.ସି.ଏ.ଆ.ର୍ ଚୁକ୍ତି କରିବା’ ଏହି ସମସ୍ତ ପଦକ୍ଷେପ ଗ୍ରହଣ କରିବା ବନ୍ଦ କର । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାଷୀଙ୍କୁ ଋଣ ଦେବା, ସେମାନଙ୍କ ଉତ୍ପାଦକୁ କ୍ରୟ କରିବା, ସେହି ଉତ୍ପାଦର ପ୍ରକ୍ରିୟାକରଣ କରିବା ଏବଂ ତା’ର ବ୍ରାଣ୍ଡେଡ୍ ମାର୍କେଟିଂ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କ୍ଷେତ୍ର ସମର୍ôଥତ ଉତ୍ପାଦକ ସମବାୟ,ସାମୂହିକ, ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ ସଂଘକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରମାନେ ସମବାୟ କୃଷି ଆଇନ ପ୍ରଣୟନ କରନ୍ତି । ଅଯଥା ଜମି ଅଧିଗ୍ରହଣ ବନ୍ଦ କରାଯାଉ, ଜମି ଅଧିଗ୍ରହଣ, ପୁନର୍ବାସନ ଓ ଥଇଥାନ (ଏଲ୍‌.ଏ.ଆ.ର୍ଆ.ର୍) ଆଇନ, ୨୦୧୩ ଏବଂ ଜଙ୍ଗଲ ଅଧିକାର ଆଇନ (ଏଫ୍‌.ଆ.ର୍ଏ), ୨୦୦୬କୁ କାର୍ଯ୍ୟକାରୀ କରାଯାଉ । ମନରେଗା ଯୋଜନା ଅଧୀନରେ ପ୍ରତ୍ୟେକ ଶ୍ରମିକଙ୍କୁ ବାର୍ଷିକ ଅନ୍ତତଃ ପକ୍ଷେ ୨୦୦ ଦିନର କାମ ଯୋଗାଇବା ଏବଂ ମଜୁରୀ ବାବଦରେ ଦିନକୁ ୬୦୦ ଟଙ୍କା ଦେବା ସୁନିଶ୍ଚିତ କରାଯାଉ । ଏହି ମନରେଗା ଯୋଜନାକୁ କୃଷି ପାଇଁ ଜଳ ଅମଳ ପ୍ରକଳ୍ପ ଯୋଜନା ସହିତ ଏବଂ ପଶୁପାଳନ ପାଇଁ ସଂଶ୍ଳିଷ୍ଟ ଯୋଜନା ସହିତ ସଂଯୋଗ କରାଯାଉ । ଫସଲ ଏବଂ ପଶୁ ସମ୍ପଦ (ଗୋରୁମାନଙ୍କ) ପାଇଁ ବ୍ୟାପକ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବୀମା ଯୋଜନା ସହିତ ଫସଲ ବୀମା ସୁନିଶ୍ଚିତ କରାଯାଉ ଏବଂ ଭାଗଚାଷୀଙ୍କ କ୍ଷେତ୍ରରେ ଏହି ସମସ୍ତ ଯୋଜନାର ଲାଭ ସୁନିଶ୍ଚିତ କରାଯାଉ । ଯେଉଁମାନେ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ନୁହଁନ୍ତି ସେମାନଙ୍କୁ ୬୦ ବର୍ଷ ବୟସରେ ୧୦ହଜାର ଟଙ୍କାର ମାସିକ ପେନସନ ଦିଆଯାଉ । ସାର୍ବଜନୀନ ସମ୍ପତ୍ତିର କର୍ପୋରେଟୀକରଣ ଉଦ୍ଦେଶ୍ୟରେ ଏବଂ ଦେଶବାସୀଙ୍କ ମଧ୍ୟରେ ସାମ୍ପ୍ରଦାୟୀକ ବିଭାଜନ ପାଇଁ ଉଦ୍ଦିଷ୍ଟ କର୍ପୋରେଟ୍ – ସାମ୍ପ୍ରଦାୟିକ ନୀତିଗୁଡିକୁ ବାତିଲ କରାଯାଉ । ଲିଙ୍ଗଗତ ସଶକ୍ତୀକରଣ ଏବଂ ଫାଷ୍ଟଟ୍ରାକ୍ ନ୍ୟାୟିକ ବ୍ୟବସ୍ଥା ମାଧ୍ୟମରେ ମହିଳା ଓ ଶିଶୁଙ୍କ ପ୍ରତି କରାଯାଉଥିବା ହିଂସାକୁ ବନ୍ଦ କରାଯାଉ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ସମାବେଶରେ ବିଶିଷ୍ଟ ଶିକ୍ଷକ ନେତା ଅଜୟ ସାମଲଙ୍କ ସଭାପତିତ୍ୱର ଅନୁଷ୍ଠିତ ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ଆବାହକ ଗୟାଧର ଧଳ, ଏଆଇଟିୟୁସି ନେତା ରମଣୀ ରଞ୍ଜନ ରାଉତରାୟ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ଆମ୍ ଆଦମୀ ସଭାପତି ସଂଦୀପ୍ତ ଦାଶ, ସିଟୁ ନେତା ଜଗତଜୀବନ ଦାଶ, ଚାଷୀ ମୂଲିଆ ସଂଗଠନ ସଭାପତି ଫକୀର ଖଟୁଆ, କଳିଙ୍ଗ ଭାରତ ଶ୍ରମିକ ସଂଘ ସଭାପତି ପ୍ରକାଶ ମହାନ୍ତି, କୃଷକସଭା ସମ୍ପାଦକ ବିଜୟ ଦାସ, ନବନିର୍ମାଣ ସଂଯୋଜକ ଦାଶରଥି ସାହୁ, ରାଜ୍ୟ କର୍ମଚାରୀ ନେତା ନରୋତ୍ତମ ପାର୍ଥସରଥୀ, ଏଆଇକେସ ନେତା ଆଦିକନ୍ଦ ରାଉଳ, ପେନସନ ସଂଗଠନ ନେତା ଧନେଶ୍ୱର ରାଉତ,ନାରୀନେତ୍ରୀ ନନ୍ଦିନୀ ସାହୁ, କୃଷକ ନେତା ପ୍ରକାଶ ମଳିକ, ରିଟେର୍ଡ ସଙ୍ଘ ନେତା ବୈଷ୍ଣବ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ରକୁ ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଅଶୋକ କୁମାର ଦାଶଙ୍କୁ ସଭା ସ୍ଥଳରେ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପରିଡା, ମାଧବ ଦାସ, ଦୋଳଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ