ବିଶ୍ଵତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏଡସ୍ ସଚେତନତା ଶୋଭାଯାତ୍ରା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ୍ ଅନ୍ତର୍ଗତ ଛେନାପଦି ସ୍ଥିତ ବିଶ୍ଵତାରିଣୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ଅବରସରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ରେଡ୍ ନିବନ୍ଧ କ୍ଲବର ରେଡକ୍ରସ ସ୍ଵେଚ୍ଛାସେବୀ ଓ ଅନ୍ୟ ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ଏଡସର କାରଣ ଓ ନିରାକରଣ ସମ୍ଭଦ୍ଧରେ ସ୍ଲୋଗାନ ମାନଦେଇ ଶାସଙ୍ଗ ଗ୍ରାମ ଓ ଛେନାପଦି ଛକ ବଜାର ପରିକ୍ରମା କରିଥଲେ। ଏଥି ସହିତ ଲୋକମାନଙ୍କୁ ଏଡ଼ସ ଭୟାବହତା ସମ୍ପର୍କରେ ସଚେତନା କରାଇଥିଲେ। ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ବିଦ୍ୟାଳୟ ଅଧ୍ୟାପିକା ଶୁଭସ୍ମିତା ପଳିତା, ଆଳତୀ ଦାଶ, ପଲ୍ଲିଶ୍ରୀ ପାଇକରାୟ, ସ୍ବର୍ଣ୍ଣ ମଞ୍ଜରୀ ପଣ୍ଡା, ଶୁଭଶ୍ରୀ ରାଉତ, ସୁମିତ୍ରା ବେହେରା, ସୁରଭୀ ଦାସ ଓ ଅଧ୍ୟାପକ ବିଶ୍ୱଜିତ ରାଉତ୍ ଉପସ୍ଥିତରହି ପିଲାମାନଙ୍କୁ ଏଡସ୍ ଉପରେ ନିଜ ନିଜର ସଚେତନତା ବାର୍ତ୍ତା ରଖିଥିଲେ । ପରେ ଏଡସ୍ ଉପରେ ଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟ ପରିସରରେ ଚିତ୍ରାଙ୍କନ, ବକୃତା, ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ କର୍ମଚାରୀମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ