ଜାଳେଣି ଗ୍ୟାସ୍ ବ୍ୟବହାର ଓ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ହାଟଡିହି, (ଓ୍ବାଇଏନଏସ): ଜାଳେଣି ଗ୍ୟାସ୍ର ସୁରକ୍ଷିତ ବ୍ୟବହାର ଓ ଦୁର୍ଘଟଣା ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ହାଟଡିହି ବ୍ଲକ ଅନ୍ତର୍ଗତ ଶାଳନିଆଁଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶାଳନିଆଁ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଯୋଗାଣ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ, ଶାଳନିଆଁ ଇଣ୍ଡେନ ଗ୍ୟାସ୍ର ସ୍ୱୀକୃତିପ୍ରାପ୍ତ ବିତରକ ନିହାରିକା ସାହୁ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌତ୍ତମ ଧୂରୁଆ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରନ୍ଧନ ଗ୍ୟାସ୍ର ସଠିକ୍ ବ୍ୟବହାର, ସିଲିଣ୍ଡର ଓ ରେଗୁଲେଟରର ଯତ୍ନ, ଗ୍ୟାସ୍ ଲିକ୍ ହେଲେ ଅବଲମ୍ବନ କରିବାକୁ ଥିବା ସତର୍କତା ଏବଂ ଅଗ୍ନିକାଣ୍ଡରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଉଜ୍ଜ୍ୱଳା ଯୋଜନାର ଗ୍ୟାସ୍ ହିତାଧିକାରୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଗ୍ୟାସ୍ ବିତରଣ କେନ୍ଦ୍ରର କର୍ମଚାରୀ ପ୍ରଦୀପ ବାରିକ, ପ୍ରଶାନ୍ତ ବାରିକ ଓ ଚିନ୍ମୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


