ଜିଲ୍ଲା ସ୍ତରୀୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର ) ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି. ଶକ୍ତି କ୍ଲବ ସଂଯୋଜକ ବରିଷ୍ଠ ଶିକ୍ଷକ ବିଶ୍ୱେଶର ଦ୍ବିବେଦୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଛାତ୍ରୀମାନେ ସହର ପରିକ୍ରମା କରି ଜନସଚେତନା ସୃଷ୍ଟି କରିଥିଲେ. ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୟ କୁମାର କଲିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ଯୋଗ ଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା ଓ ଉପାଦେୟତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ଅନ୍ୟ ମାନଙ୍କ ମାଧ୍ୟ୍ୟରେ ଜିଲ୍ଲା ସଂଯୋଜିକା ସୁଲୋଚନା ମଙ୍ଗରାଜ, କମଳାଂଶୁ ତ୍ରିପାଠୀ, ଅର୍ଚ୍ଚନା ପାତ୍ର, ତନୁଶ୍ରୀ ପାଣି, ସତ୍ୟବ୍ରତ ବାରିକ ଅତିଥିଭାବେ ଓ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଛାତ୍ରୀ ସୁପ୍ରିୟା ସାହୁ, ଲେଡିହେମିଲଟନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନିନ୍ଦିତା ମାଈତି ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ. ଏହି ଅବସର ରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ. ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.