ବାବନପୁର ଆଦର୍ଶ ଶିଶୁମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମ ସ୍ଥିତ ଚିଦାନନ୍ଦ ବିହାର ଅଞ୍ଚଳରେ ଗତ ୨୦୦୦ ମସିହାରେ ସ୍ଥାପିତ ହୋଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଆଦର୍ଶ ଶିଶୁ ମନ୍ଦିରର ୨୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ବାବନପୁର ଆଦର୍ଶ ଶିଶୁମନ୍ଦିରର ପରିଚାଳନା କମିଟିର ସଭାପତି ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ପ୍ରଧାନାଚାର୍ଯ୍ୟ ସତ୍ୟବାନ୍ ଗୌଡଙ୍କ ସଂଯୋଜନାରେରେ ଆରମ୍ଭ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ଦିବସରେ ଛାତ୍ରଛାତ୍ରୀମାନେ ବାବନପୁର ଗ୍ରାମର ସଙ୍କମୋଚନ ବୀର ହନୁମାନଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ସାରି ଏକ ମଶାଲ୍ ଶୋଭାଯାତ୍ରାରେ ବାହାରି ଶିକ୍ଷାନୁଷ୍ଠାନର ଖେଳପଡିଆରେ ପହଞ୍ଚିଥିଲେ । ସେଠାରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ସଭାପତି ବିଜୟ କୁମାର ନାୟକ ଓ ପ୍ରଧାନାଚାର୍ଯ୍ୟ ସତ୍ୟବାନ୍ ଗୌଡଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି ଯୋଗଦେଇ କ୍ରୀଡା ଧ୍ୱଜା ଉତ୍ତୋଳନ କରିବା ସାଙ୍ଗକୁ ସାଂପ୍ରତିକ ପରିସ୍ଥିତିରେ ଶିକ୍ଷା ସହ କ୍ରୀଡାର ଆବଶ୍ୟକତାର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ବାବନପୁର ଆଦର୍ଶ ଶିଶୁମନ୍ଦିରର ୨୫ତମ ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାନୁଷ୍ଠାନର ପ୍ରାରମ୍ଭରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ, ଲମ୍ବାଡିଆଁ, ଉଚ୍ଚାଡିଆଁ, ତ୍ରିକୁଦ, ସଟ୍ଫୁଟ୍ ଥ୍ରୋ, ଡିସ୍କସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ବେଙ୍ଗଡିଆଁ, ବାଟିଚାମଚ, ମ୍ୟୁଜିକାଲ୍ ଚେୟାର୍, ବଲ୍ଫିଙ୍ଗା, ଥାଳିଆଫିଙ୍ଗା ଭଳି ୨୦ଟି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା ଜଣାପଡିଛି । ବାବନପୁର ଆଦର୍ଶ ଶିଶୁମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ସଭାପତି ବିଜୟ କୁମାର ନାୟକ, ସଂପାଦକ ସନ୍ତୋଷ କୁମାର ଜେନା, ପ୍ରଧାନାଚାର୍ଯ୍ୟ ସତ୍ୟବାନ୍ ଗୌଡ, ପରିଚାଳନା କମିଟିର ସଦସ୍ୟ ବିଶ୍ୱନାଥ ସାହୁ ଓ ପ୍ରକାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ଖେଳକୁଦ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବା ସହ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳାଳୀ ହେବାକୁ ଆହ୍ୱାନ କରିଥିଲେ । ବାବନପୁର ଆଦର୍ଶ ଶିଶୁମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଏହି କ୍ରୀଡା ମହୋତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହପ୍ରଧାନାଚାର୍ଯ୍ୟା ବଙ୍ଗାଳୀ ନାହାକ, ଆଚାର୍ଯ୍ୟ ରବିନ୍ଦ୍ର କୁମାର ନାୟକ, ରାଜୀବ ଲୋଚନ ସାହୁ, ବସନ୍ତ କୁମାର ସାହୁ, କାଳୁଚରଣ ନାହାକ, ଦିବ୍ୟାନନ୍ଦ ମୁନି, ପ୍ରଦୀପ କୁମାର ମୁନି, ଆଚାର୍ଯ୍ୟା ମଧୁସ୍ମିତା ପାତ୍ର, ସସ୍ମିତା ମହାରଣା, ସସ୍ମିତା ସାହୁ, ସେବତୀ ନାୟକ, ସ୍ୱର୍ଣ୍ଣଲତା ଗୌଡ, ଜ୍ୟୋତ୍ସ୍ନାରାଣୀ ପୋଲାଇ, ବନିତା ଜେନା, ବସୁଧା ମହାନ୍ତି, ଝରଣା ସାହୁ, ଅନନ୍ୟା ପ୍ରିତମ୍ ମୁନି, ଅମିତା ବାଡତ୍ୟା, ସେବକ ପୂର୍ଣ୍ଣଚନ୍ଦ୍ର ଗୌଡ, ସେବିକା ଶାନ୍ତିଲତା ଗୌଡ ଓ ବବିତା ପରିଡାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଖେଳକୁଦ ଦେଖିବା ପାଇଁ ଶିକ୍ଷାନୁଷ୍ଠାନର ଖେଳପଡିଆରେ କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା ।