ଜଙ୍ଗଲ ଜମି ପଟ୍ଟା ପାଇ ଖୁସି ମନାଇଲେ ବଣ୍ଡା ଓ ଦିଡ଼ାଇ ଜନ ଜାତି
ମାଲକାନଗିରି,(ଡ଼ାଶିବ ନାରାୟଣ ପାତ୍ର): ଖଇରପୁଟ ବ୍ଲକ ବଣ୍ଡା ଘାଟିରେ ଏକାଠି ହେଲେ ୨ହଜାର ରୁ ଉର୍ଦ୍ଧ ବଣ୍ଡା,ଦିଡାଇ ର ଲୋକେ ।ଓଡ଼ିଶାରେ ଆଦିବାସୀଙ୍କ ସମୁଦାୟ ଜନସଂଖ୍ୟା ର ୪୦ ଭାଗ ଅଟେ l ସେମାନଙ୍କ ବାସସ୍ଥାନ ବଣ ପାହାଡ ଘେରା ଜଙ୍ଗଲ ମଧ୍ୟରେ ରହିଥାଏ l କିନ୍ତୁ କେଉଁ ଆବାହନ କାଳରୁ ପାହାଡ ପର୍ବତ ରେ ରହିଆସିଥିଲେ ମଧ୍ୟ ସେମାନଙ୍କ ବାସସ୍ଥାନ କିମ୍ବା ଚାଷବାସ କରୁଥିବା ଜାଗା ଉପରେ କୌଣସି ଅଧିକାର ନାହିଁ ବୋଲି ସରକାର କହୁଥିଲେ l ଦୀର୍ଘ ବର୍ଷ ର ଦାବି ଏବଂ ଆନ୍ଦୋଳନ ପରେ କେନ୍ଦ୍ର ସରକାର ୨୦୦୬ ମସିହାରେ ଜଙ୍ଗଲ ଜମି ଅଧିକାର ଅଧିନିୟମ ଆଇନ ଆଣିଥିଲେ ମଧ୍ୟ ଓଡ଼ିଶାରେ ଏହା ଲାଗୁ ହୋଇନଥିଲା l ଶେଷରେ ଓଡ଼ିଶା ର ଆଦିବାସୀ ଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଇଁ ଏହି ନିୟମ ଲାଗୁକରିଥିଲେ l ଏହି କ୍ରମରେ ଡିସେମ୍ବର ମାସ ୧୩ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀ ମୋହନ ଚରଣ ମାଝୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ l ଆଦିମ ଜନଜାତି ବଣ୍ଡା ଙ୍କ ତରଫରୁ ଉପର ବଣ୍ଡାଙ୍କ ହକ ପାଇଁ ଲଢ଼ୁଥିବା ସାମାଜିକ ସଂଗଠନ “ବଣ୍ଡା ରେମୋଲେନା କୁଟୁମ୍” ମୁଖ୍ୟମନ୍ତ୍ରୀଙ୍କ ଠାରୁ ପଟ୍ଟା ଗ୍ରହଣ କରିଥିଲେ l ଏହାପରେ ଜିଲ୍ଲା ର ସମସ୍ତ ଅଧିବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ବିଭିନ୍ନ ସ୍ଥାନରେ ସେମାନେ ନାଚଗୀତ ଶୋଭାଯାତ୍ରା ମାଧ୍ୟମରେ ଏହାକୁ ପାଳନ କରୁଛନ୍ତି l ଏହି କ୍ରମରେ ଆଜି ଦିନ ରେ ବଣ୍ଡାଘାଟିରେ ବସବାସ କରୁଥିବା ଦୁଇ ଆଦିମ ଜନଜାତି ବଣ୍ଡା ଓ ଡିଡାୟୀ ସମ୍ପ୍ରଦାୟର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଲୋକ ଏକାଠି ହୋଇ ଏହି ସଫଳତା କୁ ପଟ୍ଟା ପରବ ଭାବରେ ପାଳନ କରିଥିଲେ l ବଣ୍ଡାଘାଟି ସ୍ଥିତ ସିତାକୁଣ୍ଡ ଠାରେ ନିଜ ଇଷ୍ଟ ଦେବତାଙ୍କୁ ପୂଜାପାଠ କରି ୩୨ଟି ଗାଁ ରୁ ଆସିଥିବା ଦୁଇ ହଜାର ରୁ ଅଧିକ ଲୋକମାନେ ନିଜ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରି ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ନିକଟସ୍ଥ କନ୍ୟାଶ୍ରମ ଯାଏଁ ଆସିଥିଲେ l ସେଠାରେ ଏକ ସଭାରେ ବଣ୍ଡା ରେମୋଲେନା କୁଟୁମ୍ ର ସଭାପତି ଶ୍ରୀ ଲଛିମ ଝିଗିଡି ଙ୍କ ସଭାପତିତ୍ବ ରେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ଜିଲ୍ଲାର ଜଙ୍ଗଲ ରାଣୀ ଭାବରେ ପରିଚିତ ଜୟନ୍ତୀ ବୁରୁଦା ଏବଂ ଅତିରିକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଅଜୟ ମୁଦୁଲି, ମୁଖ୍ୟ ଅତିଥି ଭାବରେ ମୁଦୁଲିପଡ଼ା ର ସରପଞ୍ଚ ଶ୍ରୀମତୀ ସମ୍ବାରି ଧାଙ୍ଗଡା ମାଝୀ, ଅଣ୍ଡ୍ରlହାଲ ର ସରପଞ୍ଚ ଶ୍ରୀମତୀ ମଙ୍ଗୁଳି ଝିଗିଡି ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଜଙ୍ଗଲ ଜମି ଅଧିକାର ଆଇନ ବିଷୟରେ ବୁଝାଇଥିଲେ l ସଭାକୁ ଶ୍ରୀ ନନ୍ଦ ଶିଶା, ଲଛିମ ମୁଦୁଲି, ଘେନା ଶିଶା, ସୁମିତ ଶିଶା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳତାର ସହ ପରିଚାଳନା କରିଥିବା ଦୁର୍ଗା ପ୍ରସାଦ ସାହୁ, ଅଜିତ କୁମାର ବେହେରା, ଲଛିମ କିର୍ସାନୀ, ଓରେନ୍ଦ୍ର ଶିଶା, ଶିବ ଶଙ୍କର ବାତ୍ରି, ବାଦଲ କିର୍ସାନୀ, ସନିଆ ବଡ଼ନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ଙ୍କୁ ବଣ୍ଡା ରେମୋଲେନା କୁଟୁମ୍ ତରଫରୁ ସଭାପତି ଶ୍ରୀ ଲଛିମ ଝିଗିଡି ଧନ୍ୟବାଦ୍ ଦେଇଥିଲେ l ଦେଶରେ ସମସ୍ତଙ୍କୁ ଖାଦ୍ୟପେୟ ରେ ଆପ୍ୟାୟିତ କରି ସଭାକୁ ସମାପ୍ତ କରାଯାଇଥିଲା l