ଜାତୀୟ କରାଟେରେ -ଓଡିଶାକୁ ୩ ଟି ସ୍ଵର୍ଣ,୧ ରୋପ୍ୟ
ଗଞ୍ଜାମ, (ବିନୋଦ ପଲାଇ):ଜାପାନ କରାଟେ ଏସୋସିଏସନ ଇଣ୍ଡିଆର ନବମ ଜାତୀୟ କରାଟେ ଚମ୍ପିୟାନସିପ, ବେଙ୍ଗୁଲାର ଠାରେ ଜାନୁଆରୀ ୧୧ ଓ ୧୨ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଓଡିଶାର ମୁଖ୍ୟକୋଚ ସନ୍ତୋଷ କୁମାର,ମହାପାତ୍ରଙ୍କ ତତ୍ତ୍ୱବାଧନରେ ଓଡ଼ିଶାରୁ ପାଞ୍ଚ ଜଣିଆ ଦଳ ଭାଗନେଇଥିଲେ l ଏହି ପ୍ରତିଯୋଗୀତାରେ ଓଡ଼ିଶା ଦଳ ୩ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଟି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି l ବାଳିକା ବର୍ଗରୁ ସାୟେସା ସାହୁ ଦୁଇଟି ସ୍ବର୍ଣ୍ଣ ଓ ଶ୍ଵେତା ତ୍ରିପାଠୀ ୧ଟି ସ୍ବର୍ଣ୍ଣ ଏବଂ ୧ଟି ରୌପ୍ୟ ପାଇଛନ୍ତି l ସାୟେସା ସାହୁ ଓଡିଶାରୁ ସର୍ବ କନିଷ୍ଠ ବାଳିକା ଭାବେ ଆଠ ବର୍ଷ ବୟସରେ ଜାପାନର ଅନ୍ତର୍ଜାତୀୟ ବ୍ଲାକ ବେଲ୍ଟ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି lଚାମ୍ପିୟନସିପର ମୁଖ୍ୟ ବିଚାରପତି ଭାବେ ଜାପାନ ମାଷ୍ଟର ଡାଇସୁକେ ଓୟେଦା ଏବଂ ଭାରତର ମୁଖ୍ୟ ସେନସାୟୀ ମିଲନ ତ୍ରିବେଦୀ ଉପସ୍ଥିତ ଥିଲେ l ଓଡିଶା ଦଳର ନେତୃତ୍ୱ ନେଉଥିବା ମୁଖ୍ୟକୋଚ ସନ୍ତୋଷ କୁମାର ମହାପାତ୍ର ପୂର୍ବରୁ ସେଲ୍ଫ ଦିଫେନ୍ସ ବ୍ଲାକ ବେଲ୍ଟର ପ୍ରଥମ ଓଡ଼ିଆ ଭାବେ ଗୌରବ ଅର୍ଜନ କରିଛନ୍ତି l ଏହା ସହ ବିଜେପିର ବରିଷ୍ଠ ନେତା ଓ ଓବିସି ମୋର୍ଚ୍ଚାର ରାଜ୍ୟ କୋଷାଧକ୍ଷ ଦାଇତ୍ୱରେ ରହିଛନ୍ତୁ l ତାଙ୍କ ଘର ଗଞ୍ଜାମ ବ୍ଳକ ଖଣ୍ଡିଦେଉଳି ଗ୍ରାମଅଟେ l