ଯୁକ୍ତଦୁଇ ଛାତ୍ରଛାତ୍ରୀ ବାଇକ୍ ଚଳାଇପାରିବେ ନାହିଁ

ଭୁବନେଶ୍ୱର- ଏଣିକି ସ୍କୁଲ ଓ ଯୁକ୍ତଦୁଇ ଛାତ୍ରଛାତ୍ରୀ ଅର୍ଥାତ୍ ୧୮ବର୍ଷରୁ କମ୍ ବୟସର ପିଲାମାନେ ଗାଡ଼ି ଚଳାଇ ପାରିବେ ନାହିଁ । ଏନେଇ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଳାଇବା ସମୟରେ ଧରା ପଡ଼ନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଗାଡି ମାଲିକ ସହିତ ସମ୍ପୃକ୍ତ ସ୍କୁଲ ଓ ଯୁକ୍ତଦୁଇ କଲେଜ ଛାତ୍ରଛାତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିବ। ସେହିପରି ସ୍କୁଲକୁ ଗାଡ଼ି ଚଢ଼ି ଆସୁଥିବା ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାରଣ କରିବେ। ତେବେ ଏହାକୁ ଛାତ୍ରଛାତ୍ରୀ ଯଦି ନମାନ୍ତି ତେବେ ନିକଟସ୍ଥ ଆରଟିଓଙ୍କୁ ଜଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ