ମହେନ୍ଦ୍ରଗିରି ଉନ୍ନୟନ କମିଟିକୁ ବିରୋଧ ରଦ୍ଦ କରିବା ପାଇଁ ଆଦିବାସୀଙ୍କ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହେନ୍ଦ୍ରଗିରି ଉନ୍ନୟନ ପାଇଁ ଗଠିତ ହୋଇଥିବା କମିଟିର ଆଦିବାସୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ହୋଇଛି. ଏନେଇ ପୁଣି ବିବାଦ ଦେଖାଦେଇଛି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହେନ୍ଦ୍ରଗିରିର ବହୁ ଜନସାଧାରଣ ମହେନ୍ଦ୍ରଗିରିର ବିକାଶ ନାମରେ ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରାଯାଉଥିବାରୁ ଏହାକୁ ବିରୋଧ କରିଛି ଆଦିବାସୀ ମହାସଂଘ। ମହେନ୍ଦ୍ରଗିରି ପରିଚାଳନାରେ ସ୍ଥାନୀୟ ଅଞ୍ଚଳର ଆଦିବାସୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିବା ସହ ବାହାରୁ କିଛି ଅନୁପ୍ରବେଶକାରୀଙ୍କ ଅରାଜକତାକୁ ବିରୋଧ କରିଛି ସଂଘ। ଏଥିସହ ମହେନ୍ଦ୍ରଗିରି ଶୈବ ପୀଠର ଉନ୍ନୟନ ନାମରେ ଗଠିତ କମିଟିକୁ ରଦ୍ଦ କରିବା ପାଇଁ ଦାବି କରିଛି। ଅଭିଯୋଗ ଅନୁଯାୟୀ, ଜଙ୍ଗଲ ଜମି ଅଧିକରଣ ଆଇନ ୨୦୦୬କୁ ଅଣଦେଖା କରି ମହେନ୍ଦ୍ରଗିରି ଭଳି ଆଧ୍ୟାତ୍ମିକ ପୀଠରେ କିଛି ରାଜନୈତିକ ବ୍ୟକ୍ତି ଓ କିଛି ଅନୁପ୍ରବେଶକାରୀ ମହେନ୍ଦ୍ରଗିରି ଉନ୍ନୟନ କମିଟି ନାଁରେ କମିଟି ଗଠନ କରି ମହେନ୍ଦ୍ରଗିରିରେ ନିଜ ମନମୁଖୀ ବେଆଇନ କାରବାର କରୁଛନ୍ତି। ପୂର୍ବରୁ ଆଦିବାସୀ ମହାସଂଘ ତରଫରୁ କମିଟି ରଦ୍ଦ କରି ପୁନର୍ବାର କମିଟି ଗଠନ କରିବା ପାଇଁ ପ୍ରଶାସନର ଅବଗତ କରାଯାଇଛି।