୨୦୨୩ ପଦ୍ମନାଭ ମହାନ୍ତି ହତ୍ୟାକାଣ୍ଡର ହତ୍ଯା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା

ହାଟଡିହି, (ବିକାଶ ବିଶ୍ୱାଳ):ଗତ ୨୦୨୩ ଫେବୃୟାରୀ ୨୮ ତାରିଖରେ ବିଦ୍ୟାଧରପୁର ଗ୍ରାମରେ ପୂର୍ବ ବିବାଦକୁ ନେଇ ଘଟିଥିବା ପଦ୍ମନାଭ ମହାନ୍ତି ହତ୍ଯାକାଣ୍ଡ ର ମୂଖ୍ୟ ଅଭିଯୁକ୍ତ ମଦନ ଜେନାକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ୨୦୨୩ ଫେବୃୟାରୀ ୨୮ ତାରିଖ ଦିନ ଗାଁର ପଦ୍ମନାଭ ମହାନ୍ତିଙ୍କ ଘରେ ଘରୋଇ କଳିକୁ ନେଇ ବୋହୁଙ୍କ ସହ ପାଟିତୁଣ୍ଡ ହୋଇଥଲା। ସନ୍ଧ୍ୟା ସାଢ଼େ ୫ଟା ବେଳେ ପଦ୍ମନାଭ ନିଜ ଘରେ ବସିଥିବା ବେଳେ ସେହି ଗାଁର ମଦନ ଜେନା ଆସି ଏକ ଠେଙ୍ଗାରେ ପଦ୍ମନାଭଙ୍କ ମୁଣ୍ଡକୁ ଏକାଧିକବାର ପ୍ରହାର କରିବାରୁ ପଦ୍ମନାଭ ତଳେ ପଡି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସୋ ସୋ ପୁଲିସ ଥାନା କେସ ନଂ – ରେ ଏକ ମାମଲା ରୁଜୁ କରିଥିଲା। ମାନ୍ୟବର ଅଦାଲତ ୧୪ଜଣ ସାକ୍ଷୀଙ୍କ ବୟାନ ଓ ୨୦ ଦସ୍ତାବିଜ୍ ଓ ଅନ୍ୟାନ୍ୟ ରିପୋର୍ଟ ଗୁଡିକ ଉପସ୍ଥାପିତ ହୋଇଥଲା। ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ମାନ୍ୟବର ଅଦାଲତ ଅଭିଯୁକ୍ତ ମଦନ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୨ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇ ଥିବା ସରକାରୀ ଓକିଲ ଅଶ୍ଵିନୀ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ