ଶ୍ରମିକଙ୍କୁ କୌଣସି ପ୍ରକାର ଠକେଇର ଅଭିଯୋଗ ଆସିଲେ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ:ଶ୍ରମ ମନ୍ତ୍ରୀ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଶ୍ରମିକଙ୍କୁ କୌଣସି ପ୍ରକାର ଠକେଇ ର ଅଭିଯୋଗ ଆସିଲେ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆଜି ଯଶିପୁର ବ୍ଲକ ମହାର୍ଦ୍ଧାପଳସା ମିନି ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ଯାଣ ସମାରୋହ ଆୟୋଜିତ ହୋଇଯାଇଛି ଏହି ଅବସରରେ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ରେ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଜିଲ୍ଲା ସହକାରୀ ଶ୍ରମ ଅଧିକାରିଣୀ ସ୍ମୃତିରେଖା ନାଥ ଓ ବିଷ୍ଣୁପ୍ରିୟା ନାଏକ ଙ୍କ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପରିବେଶ,ଶ୍ରମ ଏବଂ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେଇ ଶ୍ରମିକ ବନ୍ଧୁ ମାନଙ୍କୁ ପଞ୍ଜୀକରଣ ପତ୍ର ଏବଂ ସହାୟତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରମିକ ହିତାଧିକାରୀମାନଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତିକାଳୀନ, ସ୍ୱାଭାବିକ ମୃତ୍ୟୁ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ରାଶି ବାବଦକୁ ସହାୟତା ରାଶି ଯୋଗାଇ ଦିଆଯାଇଛି। ଶ୍ରମିକ ହେଉହଛନ୍ତି ଦେଶ ଗଠନର ବିନ୍ଧାଣି । ଶ୍ରମିକ ମାନଙ୍କ ବିକାଶ ପାଇଁ ଆମ ସରକାର ଅନେକ ଗୁଡ଼ିଏ ଉନ୍ନତିମୂଳକ ପଦକ୍ଷପ ନେଇଛନ୍ତି । ଅଣକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୭୮୩ ଟଙ୍କା, ଅର୍ଦ୍ଧକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୮୬୮, କୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୯୫୪ ଟଙ୍କା ଏବଂ ଉଚ୍ଚ କୁଶଳୀଙ୍କ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୧,୦୩୫ ଟଙ୍କା ନିର୍ଦ୍ଧାରିତ ହୋଇଛି । ଶ୍ରମିକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମ ସରକାର ପ୍ରତିବଦ୍ଧ। ରାଜ୍ଯରେ ଆହୁରି ୬ଟି ଇଏସଆଇ ହସ୍ପିଟାଲ ଖୋଲିବା ପାଇଁ ଯୋଜନା କରିଛନ୍ତି । ଶ୍ରମିକଙ୍କ ଜୀବନ ମାନ ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ନିଶ୍ଚିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ ବୋଲି ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ରେ ୮ ଜଣ ନିର୍ମାଣ ଶ୍ରମିକ ଙ୍କ ପରିବାର ସଦସ୍ୟ ଙ୍କୁ ମୃତ୍ୟୁକାଳୀନ ସହାୟତା,୬ ଜଣ ନିର୍ମାଣ ଶ୍ରମିକ ଙ୍କ ପରିବାର ସଦସ୍ୟ ଙ୍କୁ ବିବାହ ସହାୟତା,୩ ଜଣ ନିର୍ମାଣ ଶ୍ରମିକ ଙ୍କ ପରିବାର ସଦସ୍ୟ ଙ୍କୁ ଶିକ୍ଷାଗତ ସହାୟତା, ଜଣଙ୍କୁ ପ୍ରସବ କାଳୀନ ସହାୟତା ଶ୍ରମମନ୍ତ୍ରୀ ଙ୍କ ହାତରେ ବଣ୍ଟନ କରାଯାଇଥିଲା
କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ସାରସକଣା ବିଧାୟକ ଭାଦବ ହାଁସଦା, ରରୁଆଁ ବ୍ଲକ ଅଧକ୍ଷ ମନରଂଜନ ତିରିଆ,ସମାଜସେବୀ ଝୁରିଲାଲ ମହାନ୍ତ, ଧନେଶ୍ୱର ମହାନ୍ତ, ଜିଲ୍ଲା ଶ୍ରମ କମିଶନର ନରେନ୍ଦ୍ର କୁମାର ଗାଗରାଇ ଜିଲ୍ଲା ଶ୍ରମ ଅଧିକାରୀ ଚନ୍ଦନ ମାଝୀ ପ୍ରମୁଖ ଙ୍କ ସହିତ ଏକାହଜାର ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଶ୍ରମିକ ଉପସ୍ଥିତ ଥିଲେ.


