ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଲୋକାର୍ପିତ କାର୍ଯ୍ୟକ୍ରମ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସ୍ଥାନୀୟ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ପରିସରରେ   ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଭାସି ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ନୂତନ ଯୋଜନାର ଶୁଭାରମ୍ଭ କରିଥିଲେ।  ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିର ବିକାଶ ସହ  ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ , ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଗ୍ରାମ୍ଯ ସଡକ ସଂଯୋଗୀକରଣ , କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ , ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ , ଜନ ମଙ୍ଗଳକାରୀ ବହୁମୁଖି ପ୍ରକଳ୍ପର ନିର୍ମାଣ ରେ ଏହି ଯୋଜନାରୁ ଅନୁଦାନ ବିନିଯୋଗ କରାଯିବ ବୋଲି କହିଥିଲେ। ବିଡିଓ ଡ. ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅନିତା କୁମାରୀ ସାହୁ , ବ୍ଳକ ଉପାଧ୍ଯକ୍ଷା ସୁକାନ୍ତି ପ୍ରଧାନ , ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରାଜୀବ ପ୍ରଧାନ , ଜିପିଓ ଉମେଶ ସେଠୀ , ବ୍ଳକ ପ୍ରକଳ୍ପ ଅଧିକାରୀ ସଙ୍ଗୀତା ପଣ୍ଡା ମଞ୍ଚାସିନ ଥିଲେ । ସେହିପରି ଜିଲ୍ଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ମନୋରଞ୍ଜନ ଗୈାଡ , ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଲିଙ୍ଗରାଜ ଦୋରା , ଗୈାରୀ ବିଷୋୟୀ , ବିଜୟ ପ୍ରଧାନ , ଗିତାଞ୍ଜଳୀ ଜାନୀ , ସନ୍ଧ୍ଯାରାଣୀ ସୁବୁଦ୍ଧି , ତପନ ପ୍ରଧାନ ,ସରପଞ୍ଚ ପ୍ରତିନିଧି   ଚିତ୍ରସେନ ଗୈାଡ , ସନ୍ତୋଷ ଦୋରା , ଏମ୍ ସନ୍ତୋଷ  , ରବିଚନ୍ଦ୍ର ଗୈାଡ ,ଆଦିତ୍ୟ ସାହୁ, ପୂର୍ବତନ ସମବାୟ ସଂଘ ସମୂହ ଜିଲ୍ଲା ସଭାପତି ସନାତନ ସଂଗ୍ରାମ ସିଂ, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ବାପି ପ୍ରଧାନ , ସମ୍ପାଦକ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ବିଧାୟକ  ସିଦ୍ଧେଶ୍ୱର , ପଦ୍ମନାଭପୁର ଏବଂ କଇଠଖଣ୍ଡି ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ  ଆର୍ଥିକ ସହାୟତା  ଚେକ୍ ପ୍ରଦାନ କରିଥିଲେ । ଏହି ସମାବେଶରେ ସହସ୍ରାଧିକ ମହିଳା ,  ନିର୍ବାଚିତ ପ୍ରତିନିଧି ଙ୍କ  ସମେତ ବ୍ଲକର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ