ନିଶାର୍ଦ୍ଧରେ ନାରୀ ସମାଜସେବୀ ଅଟୋ ଡ୍ରାଇଭର ଙ୍କ ବଦାନ୍ୟତା

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଗତକାଲି ବିଳମ୍ବିତ ରାତିରେ ବରଗଡ଼ ପଟୁ ଭଟଲି ଯାଉଥିବା ଏକ ପିକ୍ଅପ ଭେନ (ନଂ ଓଆର୍ ୧୭ ଜି ୨୧୮୮ ) ଦୃତ ଗତିରେ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଜନୈକ ଯୁବକଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଖବର ପାଇ ସମାଜସେବୀ ସଂଘମିତ୍ରା ପଟେଲ ନିଜ ସାଙ୍ଗ ଡଳି ମହାରଣାଙ୍କ ସହିତ ତତ୍ କ୍ଷଣାତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ପୋଲିସ ସହାୟତାରେ ଉକ୍ତ ଗାଡି ଓ ଡ଼୍ରାଇଭର କୁ ଧରି ଥାନାକୁ ଆଣିଥିଲେ ! ଘଟଣାର ବିବରଣୀ ରୁ ପ୍ରକାଶ ଯେ ଡାଙ୍ଗ ପ୍ରଧାନ ଟିକ୍ରା ନିବାସୀ ସନ୍ତୋଷ ଦୋରା ନିଜ ସାଙ୍ଗ ସହିତ ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ଦୃତ ଗତିରେ ବରଗଡ଼ ପଟୁ ଭଟଲି ଯାଉଥିବା ଉକ୍ତ ପିକ୍ଅପ ଭେନ ସନ୍ତୋଷ ଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଖବରପାଇ ସମାଜସେବୀ ସଂଘମିତ୍ରା ପଟେଲ ଓ ଡଳୀ ମହାରଣାଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ହେଁ ଆମ୍ବୁଲାନ୍ସ ନ ଆସିବାରୁ ଏକ ଅଟୋ ରେ ଆହତଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହିତ ପୋଲିସକୁ ଖବର ଦେଇ ଡ୍ରାଇଭର ସୁଶାନ୍ତ ଡାଙ୍ଗ ଓ ଗାଡି କୁ ଥାନା କୁ ଆଣିଥିଲେ ! ଠିକ୍ ସମୟରେ ଅଟୋ ଡ୍ରାଇଭର ଠାକୁର ଭୋଇ ବିନା ପାଉଣାରେ ସହଯୋଗ କରିଥିବାରୁ ଶ୍ରୀମତୀ ପଟେଲ, ଆହତଙ୍କ ପରିବାର ଓ ପୋଲିସ କର୍ମଚାରୀମାନେ ଶ୍ରୀ ଭୋଇ ଙ୍କୁ ପ୍ରଶଂସା ଦେଇଥିଲେ !ଡାକ୍ତର ସାରଦା ପ୍ରସାଦ ନାଏକ ତୁରନ୍ତ ଆହତଙ୍କୁ ଚିକିତ୍ସା ସହାୟତା କରିଥିଲେ !ସଂଘମିତ୍ରା ଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ