ନୂଆଁଖାଇ ଉପଲକ୍ଷେ ଫୁଟବଲ ମ୍ୟାଚ ଅନୁଷ୍ଠିତ
ବରଗଡ଼,(ତୁଳସୀ ଚରଣ ଦାଶ): ବରଗଡ଼ ବ୍ଲକ ବରଗାଁ ଠାରେ ସ୍ଥାନୀୟ ଫୁଟବଲ୍ ଏସୋସିଏସନ୍ ଆନୁକୁଲ୍ୟରେ ନୂଆଁ ଖାଇ ଉପଲକ୍ଷେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଅଛି । ବରଡୋଲ ଓ ବ୍ରାହ୍ମଣୀ ପାଲି ଫୁଟବଲ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲ ରେ ମ୍ୟାଚ୍ ଅମୀମାଂସିତ ରହିବାରୁ ଟାଇ ବ୍ରେକର ଜରିଆରେ ୫-୪ ଗୋଲ ରେ ବ୍ରାହ୍ମଣୀ ପାଲି ଫୁଟବଲ ଦଳ ଚମ୍ପିୟାନ ହୋଇଥିଲେ ।ଏହି ଅବସରରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣପର୍ବ ନୂଆଁ ଖାଇ ଉପଲକ୍ଷେ ଫୁଟବଲ ଆସୋସିଏସନ୍ ଉଦ୍ୟମ ରେ ପାରମ୍ପରିକ ଉତ୍ସବ ମାଧ୍ୟମରେ କ୍ରୀଡା ର ବିକାଶ ଓ ଏକତା ପ୍ରତିଷ୍ଠା ପାଇଁ ପ୍ରୟାସକୁ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରି ବିଜୟୀ ଦଳ କୁ ପୁରସ୍କୃତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ସ୍ଵର୍ଣ୍ଣପଦକ ବିଜେତା କ୍ରୀଡାବିଦ ସନ୍ତୋଷ ପ୍ରଧାନ ଉପ ବିଜେତା ଦଳ କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଫୁଟବଲ ଏସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।


