ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା
ବରଗଡ଼ (ଓ୍ବାଇଏନଏସ): ବରଗଡ଼ ଉପକଣ୍ଠରେ ଥିବା ଚକରକେନ୍ଦ ଗ୍ରାମରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ମାନଙ୍କୁ ବରଗଡ଼ ଜିଲ୍ଲା ଲାୟନ୍ସ କ୍ଳବ୍ ପକ୍ଷରୁ ସହାୟତା ଯୋଗାଇ ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି । ୨୫୦ ରୁ ଉର୍ଦ୍ଧ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ, ଶାଢ଼ୀ, ପୁରୁଷ ଓ ପିଲାଙ୍କ ପାଇଁ ବସ୍ତ୍ର, ମଶାରୀ, ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଜୟନ୍ତୀ ବେହେରା ଙ୍କ ନେତୃତ୍ବରେ ଏହି ମହାନ କାର୍ଯ୍ୟରେ ଲାୟନ୍ ଏନ୍.ପି. ସିଙ୍ଗଲ,ରଂଜୁ ସିଙ୍ଗଲ, ଜଗଦୀଶ ପ୍ରସାଦ ଅଗ୍ରୱାଲ, ଶକୁନ୍ତଳା ଅଗ୍ରୱାଲ, ମନୋରଞ୍ଜନ ପୂଜାରୀ,ନିବେଦୀତା ପୂଜାରୀ,ସଂଜୁଲତା ଭୋଇ, ଅଞ୍ଜନା ଦାସ, ପ୍ରତାପ ନାୟକ, ଅମରଜିତ୍ ସିଂ, ମନୋଜ ମହାପାତ୍ର,ବିନୟ ଲାଠ,ସଂଜୟ ମିତ୍ତଲ, ଲଳିତ କୁମାର ଅଗ୍ରୱାଲ, ଦୀପକ ବଲୋଦିଆ,ଅଭୟ କୁମାର ଭୋଇ,ଡା: ସ୍ବାଧୀନ ଶର୍ମା,ଡା: ଓମ୍ ପ୍ରକାଶ ଲାଠ,ଜସବୀର ସିଂ ସୈନୀ,ଅନୀତା ଲାଠ ଓ ଆହୁରି ଅନେକ ସହଯୋଗ କରିଥିଲେ । ଶେଷରେ ଲାୟନ୍ ଜୟନ୍ତୀ ବେହେରା ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


