ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡ଼ିଲା ମିଳିତ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ସଂଘ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ଚଳିତ ବର୍ଷ ଜାନୁଆରୀ ୨୯ରୁ ନ୍ୟାର୍ଯ୍ୟ ଦାବି ପୂରଣ କରିବା ନିମନ୍ତେ ମିଳିତ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ସଂଘ ସମ୍ପୂର୍ଣ ରୂପେ କାର୍ଯ୍ୟ ବନ୍ଦ କରିବା ସହିତ ସମୂହ ଭାବରେ ଗଣ ତାନ୍ତ୍ରିକ ଉପାୟରେ ଧାରଣା ରେ ରାଜା ରାସ୍ତା ରେ ଆନ୍ଦୋଳନ ପାଇଁ ଓଲାହିଛନ୍ତି l ମୁଖ୍ୟ ଦୁଇ ଦଫା ଦାବି ଯଥା ଚାକିରୀ କୁ ସ୍ଥାୟୀ କରିବା ଓ ରାଜ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ଙ୍କର ବିଭିନ୍ନ ଅଧିକାରୀ ମାନଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିନାହିଁ l ସଙ୍ଘ ଦ୍ୱାରା କୁହାଯାଇଛି ଯେ ଉକ୍ତ ପଦବୀ ଗୁଡିକ ଓଡିଶା ସରକାର ଙ୍କର ଅଧିନସ୍ଥ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ହୋଇ ଓ ଅର୍ଥ ବିଭାଗର ସମ୍ମତି ରେ୨୦୨୧-୨୦୨୨ ମସିହା ରେ ମଞ୍ଜୁର ପ୍ରାପ୍ତ ହୋଇଥିଲା ଏବଂ ତତ୍ପରେ ଖୋଲା ବିଜ୍ଞାପନ ଦ୍ୱାରା ଜିଲ୍ଲା ରେ ଥିବା ଗୋଷ୍ଠୀ ସାଧନ କେନ୍ଦ୍ର ଗୁଡିକରେ ପ୍ରତି ବ୍ଲକ ପିଛା ୩ ଜଣ ଲେଖାଏଁ ହିସାବ ରକ୍ଷକ ଓ ଜଣେ ଜଣ ଲେଖାଏଁ ଏମ ଆଇ ଏସ ସଂଯୋଜକ ମାନଙ୍କୁ ସମ୍ପୃକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା ସର୍ବ ଶିକ୍ଷା ଅଭିଯାନ ରେ ନିଯୁକ୍ତି ଦିଆଯାଇଥିଲା l ପରବର୍ତ୍ତୀ ସମୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା କୁ ଅଧିକ ବଳିଷ୍ଠ ଓ ସୁଚାରୁ ରୂପରେ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ପୁନଃ ଗଠନ କରିବା ସହିତ ତା ୧-୪-୨୦୧୪ ରୁ ନିୟମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅଧୀନରେ ଉକ୍ତ ଗୋଷ୍ଠୀ କେନ୍ଦ୍ର ଗୁଡିକୁ ମିଶ୍ରଣ କରାଗଲା ଓ ସର୍ବ ଶିକ୍ଷା ଅଭିଯାନ ରେ ଉକ୍ତ କର୍ମଚାରୀ ମାନଙ୍କୁ ତାଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନୋଟିଫିକେସନ ହୋଇଥିଲା l ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ କର୍ମଚାରୀ ମାନେ କେନ୍ଦ୍ରୀୟ ଓ ରାଜ୍ୟ ର ମିଳିତ ଶିକ୍ଷା ଯୋଜନା ର ସମସ୍ତ କାର୍ଯ୍ୟ କରିବା ସହିତ ନିୟମିତ ଅଫିସ ରେ କାର୍ଯ୍ୟରତ ରେଗୁଲାର ଜୁନିଅର ଆସିଷ୍ଟାଣ୍ଟ, ସିନିଅର ଆସିଷ୍ଟାଣ୍ଟ ଓ ମୁଖ୍ୟ ସେକ୍ସନ ଅଫିସର ଙ୍କ କାର୍ଯ୍ୟ ରେ ସହଯୋଗ କରିବା ସହିତ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ଅନ୍ୟନ୍ୟା କାମ ମଧ୍ୟ କରିଆସୁଛନ୍ତି l ସର୍ଵ ଶିକ୍ଷା ଅଭିଯାନ ଅଧୀନରେ ଆଗରୁ ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ଅନ୍ତର୍ଭୂକ୍ତ କରାଯାଇଥିଲା ଯାହାକି ସମଗ୍ର ଶିକ୍ଷା ରେ ବର୍ତ୍ତମାନ ପ୍ରୀ-ସ୍କୁଲ ରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏଁ ଅନ୍ତର୍ଭୂକ୍ତ ହୋଇଅଛି ଓ ତଦନୁରୂପେ ବିଭାଗ ରେ କାର୍ଯ୍ୟଭାର ମଧ୍ୟ ଦିନ କୁ ଦିନ ବଢିବାକୁ ଲାଗୁଛି l କିନ୍ତୁ ଉକ୍ତ କର୍ମଚାରୀ ମାନେ ଚାକିରୀ ରେ ୧୨ବର୍ଷ ପୂରଣ କରିବା ସତ୍ୱେ ମଧ୍ୟ ଠିକା ଚାକିରୀ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟ କରୁଛନ୍ତି, ଚାକିରୀ କୁ ସ୍ଥାୟୀ କରିବା ତ ଦୂରରେ ଥାଉ ରାଜ୍ୟ ବେତନ କମିଶନ ହାରରେ ଦରମା ଯାହାକି ଓପେପା କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତlବଳୀ ଯଥା ଏମେଓ ର ନିୟମାବଳୀ ୪୫-(ଏ) ରେ ଉଲ୍ଲେଖ ରହିଛି ସେଥିରୁ ମଧ୍ୟ ଏଯାବତ ବଞ୍ଚିତ ରଖାଯାଇଅଛି l ଓପେପା ର ୩୦ରେ ଏକୁଜିଟିଭି ମୀଟିଙ୍ଗ ରେ ରାଜ୍ୟ ଓ ଜିଲ୍ଲା କର୍ମଚାରୀ ଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ମାନଙ୍କୁ ଦେବା ପାଇଁ ପାରିତ ହୋଇଥିଲେ ମଧ୍ୟ ଏବେ ଯାଏଁ ପ୍ରଶାସନ ତିଳେ ମାତ୍ରେ କର୍ଣ୍ଣପାତ କରୁନାହିଁ l ତେଣୁ ନ୍ୟାୟ ପାଇବା ପାଇଁ କିଛି ଜଣ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ମାନେ ୨୦୧୯ ମସିହାରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟ ର ଦ୍ୱାରସ୍ଥ ହୋଇଥିଲେ ଏବଂ ଉଭୟ ପକ୍ଷ ର ଯୁକ୍ତି କୁ ଶୁଣିବା ପରେ ସମସ୍ତ ତଥ୍ୟ କୁ ବିଚାର କୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟଳୟ ଙ୍କ ଜଣିକିଆ ଖଣ୍ଡପୀଠ ଗୋଟିଏ ଯୋଜନା ରେ ହିଁ କାର୍ଯ୍ୟ କରୁଥିବା ଜିଲ୍ଲା ଓ ରାଜ୍ୟ କର୍ମଚାରୀ ଙ୍କ ଭଳି ସମାନ କାମ କୁ ସମାନ ଦରମା ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ମାନଙ୍କୁ ଦିଆଯାଉବୋଲି ୨୦୨୩ ମସିହ ଆଗଷ୍ଟ ମାସ କର୍ମଚାରୀଙ୍କ ସପକ୍ଷରେ ରେ ରାୟ ପ୍ରଦାନ କରିଥିଲେ କିନ୍ତୁ ଅଦାଲତ ଙ୍କ ଏହି ରାୟ କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଅଧିକାରୀ ମାନେ ଅଗ୍ରାହ୍ୟ କରିଦେଇଛନ୍ତି l ବାରମ୍ବାର ନିଜର ନ୍ୟାର୍ଯ୍ୟ ଦାବି ପାଇଁ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ର ସମସ୍ତ ଅଧିକାରୀ ମାନଙ୍କୁ ଓ ମାନ୍ୟବର ଓଡିଶା ର ରାଜ୍ୟପାଳ ଓ ଦେଶ ର ମହାମହିମ ରାଷ୍ଟ୍ରପତି ଙ୍କୁ ଅଭିଯୋଗ ପତ୍ର ଦିଆଗଲେ ପରେ ବି କର୍ମଚାରୀ ମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ କେହି ବି ଗ୍ରହଣ କରୁ ନାହାନ୍ତି ଯାହା ଦ୍ୱାରା କର୍ମଚାରୀ ମାନେ ସମ୍ପୂର୍ଣ ରୂପରେ ନିରୁତ୍ସାହିତ ହେବା ସହିତ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି l କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ପାଇଁ କମିଟି ତିଆରି କରି ଆଗାମୀ ବର୍ଷ ରେ ସରକାରୀ କର୍ମଚାରୀଙ୍କ କ୍ଷେତ୍ର ରେ ଲାଗୁ କରିବା ପାଇଁ ପଦକ୍ଷେପ ନେଲେ ମଧ୍ୟ ଏହି କର୍ମଚାରୀ ମାନେ ୨୦୦୮ ଷଷ୍ଠ ବେତନ କମିଶନ ହାରରେ ଦରମା ବି ପାଇ ପାରି ନାହାନ୍ତି l
ତେଣୁ ମିଳିତ ସଂଘ ର କର୍ମଚାରୀ ମାନେ ନିଜର ନ୍ୟାୟୋଚିତ ଓ ଯଥାର୍ଥ ଦାବି ପୂରଣ କରିବା ପାଇଁ ଓଡିଶା ର ଲୋକ ପ୍ରିୟ ଓ ଆଦରଣୀୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସଂଘ ର ଦାବି ଗୁଡିକୁ ସହୃଦୟର ର ସହିତ ବିଚାର କରି ଆଶୁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି