୮ମ ଲୋକନୃତ୍ୟ ଓ ଲୋକ ସଂଙ୍ଗୀତ ମହୋତ୍ସବ ଉଦଯାପିତ
ବ୍ରହ୍ମପୁର,(ଅନିଲ କୁମାର) ଆଇଟିଆଇ ଅଡିଟରିଅମ୍ ପରିସରରେ ଶ୍ରୀଶ୍ରୀ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଘଣ୍ଟ ମୃଦଙ୍ଗ ସଂଘ ତରଫରୁ ଆୟୋଜିତ ହୋଇଥିବା ଦୁଇ ଦିନିଆ ୮ମ ଲୋକନୃତ୍ୟ ଓ ସଂଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଯାଇଛି ।ଏହି ମହୋତ୍ସବରେ ରାଜ୍ୟର ଗୋଟିପୁଅ ଠାରୁ ଆରମ୍ଭ କରି କାଠପାଦ ନୃତ୍ୟ, ସମ୍ୱଲପୁର , ଓଡିଶୀ ଏବଂ ପୁରାତନ ରାମଲୀଳା ପର୍ଯ୍ୟନ୍ତ ଭଳିକି ଭଳି କଳାକାରଙ୍କ ମଞ୍ଚରେ ବିଭିନ୍ନ ଲୋକନୃତ୍ୟର ପ୍ରଦର୍ଶନ କୁ ବେଶ ମନଭରୀ ଉପଭୋଗ କରିଛନ୍ତି ଦର୍ଶକ । ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ପୂର୍ବତନ ଗଞ୍ଜାମ ଜିଲ୍ଲାର ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଷଙ୍କ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥୀ ଭାବରେ ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଓ ବରିଷ୍ଠ ସାମ୍ୱାଦିକ ତଥା ସଂଘଠକ ବିଶ୍ଵନାଥ ପଟ୍ଟନାୟକ, ବରିଷ୍ଠ ସାମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାରେ ରହିଥିବା ଲୋକକଳା ଓ ଲୋକନୃତ୍ୟ ସହିତ ଏଠାକାର କଳାକାର ମାନେ କେବଳ ଆମ ଦେଶ କାହିଁକି ବିଦେଶରେ ମଧ୍ୟ କଳାକୁ ପରିବେଷଣ କରି ଅନେକ ସୁନାମ ଆଣିଥିବାର ନଜର ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏପରି କାର୍ଯ୍ୟକ୍ରମ ମହୋତ୍ସବ ଆୟୋଜନ କରାଯାଇ ଜିଲ୍ଲା ତଥା ରଜ୍ୟର ଲୋକନୃତ୍ୟ ମହୋତ୍ସବରେ କଳାକାରଙ୍କୁ ପରିବେଷଣ କରିବାକୁ ସୁଯୋଗ ଦେବା ସହିତ ସେମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିବାରୁ ସାଧୁବାଦ ଜଣାଯାଇଥିଲା । ଶ୍ରୀଶ୍ରୀ ଚୌତନ୍ୟ ନିତ୍ୟାନନ୍ଦ ଘଣ୍ଟ ମୃଦଙ୍ଗ ସଂଙ୍ଘର ଗୁରୁ ତଥା ନିର୍ଦ୍ଧେଶକ ଗୁରୁ କୁମାର ପ୍ରହଲ୍ଲାଦ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଓ ଘଣ୍ଟ ମୃଦଙ୍ଗ ସଂଙ୍ଘର ସମସ୍ତ ସଦସ୍ୟ ଓ କଳାକାର ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ ଦିଲ୍ଲୀର ଓଡିଶୀ ଡେନ୍ସର ଅତାସୀ ମିଶ୍ର, ଭୁବନେଶ୍ଵରର ଡଃ.ଅଙ୍କିତା ରଥ , କଟକର ଡ.ସୁବଲଭି ଦାଶ ଙ୍କ ସମେତ ପୁରୀ କାକଟପୁରର ଘୋଡାନାଚ, ରାଜଧାନୀ ଭୁବନେଶ୍ଵରର ଓଡ଼ିଶୀ ଭୋକାଲ, ଗଞ୍ଜାମର ଘଣ୍ଟ ମୃଦଙ୍ଗ, ଭୁବନେଶ୍ଵରର ଗୋଟି ପୁଅ , ଛତ୍ରପୁରର ନବଦୁର୍ଗା ଅନୁଷ୍ଠାନର କାଠପାଦ ରଣପା ଓ ନବଦୁର୍ଗା, ସୁନ୍ଦରଗଡ଼ ଓ ବ୍ରହ୍ମପୁରର ସମ୍ବଲପୁରୀ ନୃତ୍ୟ, ରାୟଗଡ଼ାର କଳାକାର ମାନଙ୍କ ମାହାରୀ ଓ ଢେମସା ନୃତ୍ୟ ପ୍ରଦର୍ଶନ କରିଥିଲେ।
ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ରବିନାରାୟଣ ବେହେରା, ଖେମୁଣ୍ଡି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଣତି ପାତ୍ର, ଅନୁଷ୍ଠାନର ସଭାପତି ସନ୍ତୋଷ ବେହେରା, ସଂପାଦକ ଶ୍ୟାମଘନ ବେହେରା, ଅଧ୍ୟକ୍ଷ ନରେଶ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଅବିନାଶ ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।