୧୯୯୩ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ ): ପୁରୀ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ଗୋପ ନିଗମାନନ୍ଦ ହାଇସ୍କୁଲ ର ୧୯୯୩ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଗୋପ ନିକଟସ୍ଥ କୁସୁପୁର ଠାରେ ଥିବା ଆକାଶୀ ଜଙ୍ଗଲ ରେ ୫୦ ରୁ ଉର୍ଦ୍ଧ ବନ୍ଧୁ ଏକାଠି ହୋଇଥିଲେ।ବନ୍ଧୁ ମାନେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ପୁରୁଣା ସ୍ମୃତି କୁ ମନେ ପକାଇଥିଲେ । ପରେ ବନ୍ଧୁମାନେ ଏକାଠି ହୋଇ ଏକ ସଭାର ଆୟୋଜନ କରିଥିଲେ । ଯେଉଁଥିରେ ବିଦ୍ୟାଳୟ ରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସହିତ କିପରି ଉନ୍ନତି ହେବ ସେ ସମ୍ପର୍କ ଆଲୋଚନା କରିଥିଲେ। ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ବିଶ୍ୱରଂଜନ ମୁଖୀ, ଦେବରାଜ ଭୋଇ, ବାବୁନା, ଅକ୍ଷୟ, କାଲା, ମିଟୁ, ନାରାୟଣ, ଜ୍ୟୋତି ଓ ପୂର୍ଣ୍ଣ।