ମନରେଗାରେ ସାନଖେମୁଣ୍ଡି ଜିଲ୍ଲାରେ ପ୍ରଥମ ବ୍ଲକ ୩୪୦ଙ୍କୁ ମିଳିଛି ୧୦୦ ଦିନିଆ କାମ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ସମିତି ଓ ସାନଖେମୁଣ୍ଡି ବ୍ଲକ ପକ୍ଷରୁ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପାର୍ଥସାରଥୀ ହାଁସଦା, ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର,ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ,ଜିଲ୍ଲା।ସାମାଜିକ ସମୀକ୍ଷକ ରବୀନ୍ଦ୍ର ମଲାଣ,ପଞ୍ଚାୟତ ଅଧିକାରୀ ମୋନାଲିସା କୀସ୍କୁ,ଉପସ୍ଥିତିରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ବାଇଁ କାର୍ଯ୍ୟକାରୀ ହୋଇଥିବା ମନରେଗା ଯୋଜନା ଗୁଡିକ ବିସ୍କୁତ ଭାବେ ବିବରଣୀ ପଠନ କରିଥିଲେ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମ ଦିବସ ସୃଷ୍ଟିରେ ଗଞ୍ଜାମ ଜିଲ୍ଲା ସ୍ତରରେ ସାନଖେମୁଣ୍ଡି ବ୍ଲକ୍ ପ୍ରଥମ ସ୍ଥାନରେ ରହିଛି।୨୪-୨୫ ଆର୍ଥିକ ବର୍ଷରେ ସାନଖେମୁଣ୍ଡି ବ୍ଲକରେ ୧୮୦୬ ଟି ମନରେଗା ପ୍ରକଳ୍ପ ମଞ୍ଜୁରୀ ହୋଇଥିବା ବେଳେ ଲକ୍ଷଧାର୍ଯ୍ୟ ୭.ଲକ୍ଷ ୩୧ ହଜାର ଶ୍ରମଦିବସରୁ ଶତକଡା ୬୫ ପ୍ରତିଶତ ହାରରେ ୪ଲକ୍ଷ ୭୨ ହଜାର ୮୮୩ ଶ୍ରମଦିବସ ସୃଷ୍ଟି ହୋଇଛି। ୩୪୦ ଜଣ ଶ୍ରମିକ ୧୦୦ ଦିନିଆ କାମ ପାଇଥିବା ସାନଖେମୁଣ୍ଡି ବ୍ଲକ୍ ସ୍ତରୀୟ ମନରେଗା ଜନଶୁଣାଣୀ ଶିବିରରେ ସୂଚନା ଦିଆଯାଇଛି। ଜନଶୁଣାଣୀ ଶିବିର ପ୍ରାରମ୍ଭରେ ହିଁ ପଞ୍ଚାୟତ ପ୍ରତିନିଧି ମାନେ ମନରେଗା ପ୍ରକଳ୍ପ କାର୍ଯ୍ୟକାରିତାରେ ଅନିୟମିତତା ଓ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ବ୍ଲକ୍ କିଛି ଯନ୍ତ୍ରୀ ବିଲ ଗୃହୀତ କରିବାରେ ବିଳମ୍ୱ ହେଉଥିବା ନେଇ ସରପଞ୍ଚ ସମିତିସଭ୍ୟଙ୍କୁ ଅଣଦେଖା କରାଯାଉଥିବା ନେଇ ତୀବ୍ର ପ୍ରତିବାଦ କରିଥିଲେ। ସରପଞ୍ଚ ଓ ସମିତିସଭ୍ୟ ସେମାନଙ୍କ ଅଜ୍ଞାତରେ ମନରେଗା ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରୀ ହେଉଥିବା ଅଭିଯୋଗ କରି ପ୍ରତିନିଧି ଜନାର୍ଦ୍ଦନ ପଲେଇ,ଦେବରାଜ ସେଠୀ, ଭଗବାନ ରାଉତ ଶରତ ସ୍ବାଇଁ ,ପ୍ରଶାନ୍ତ ରେଡ୍ଡୀ, ସୋମନାଥ ପାତ୍ର କାଳୁଚରଣ ଭୂୟାଁ ମିଥୁନ ସେଠି ଏସ ଡାକ ଦୋରା ଚନ୍ଦ୍ରଶେଖର ମହାପାତ୍ର ଶିବ ସ୍ଵାଇଁ ନୀଳାଞ୍ଚଳ ପ୍ରଧାନ,ସୁଶାନ୍ତ ସେଠିଙ୍କ ସମେତ ଅର୍ଦ୍ଧାଧିକ ସରପଞ୍ଚ ସମିତିସଭ୍ୟ ବୈଠକ ରୁ ବାହାରକୁ ଚାଲିଯାଇଥିଲେ। ଶିବିରରେ ଉପସ୍ଥିତ ଥିବା ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପାର୍ଥସାରଥୀ ହାଁସଦା ଓ ବିଡିଓ ଜିତେନ୍ଦ୍ରକୁମାର ମିଶ୍ର ପଞ୍ଚାୟତ ପ୍ରତିନିଧିଙ୍କୁ ବୁଝା ସୁଝା କରି ସେମାନଙ୍କ ସମସ୍ୟା ସମାଧାନ ପ୍ରତିଶୃତି ଦେବା ପରେ ପୁଣି ବୈଠକ ଆରମ୍ଭ ହୋଇଥିଲା। ବ୍ଲକ ପ୍ରଶାସନ ଓ ଶିବିରରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ବାଇଁଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ମୃତ୍ତିକା ସଂରକ୍ଷଣ ବିଭାଗ, ବନ ବିଭାଗ,ଲାଇନ୍ ବିଭାଗ ଉପସ୍ଥିତ ରହି ସମସ୍ତଙ୍କ ସହଯୋଗ ଓ ଭାଗିଦାରୀ ରେ ମନରେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଗୁରୁତ୍ଵ ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ବିଜୟ ପ୍ରଧାନ ପ୍ରତିନିଧି ରାଜୀବ ପାତ୍ର ଶଙ୍କର୍ଷଣ ସ୍ଵାଇଁ ୨୬ ଟି ପଞ୍ଚାୟତ ରେ ସରପଞ୍ଚ,ସମିତି ସଭ୍ୟ,ବ୍ଲକ ସହକାରୀ ଯନ୍ତ୍ରୀ କନିଷ୍ଟ ଯନ୍ତ୍ରୀ, ଡିଇଓ, ଜିଆର୍ଏସ, ବି ଏଫଟି, ସମସ୍ତ କର୍ମଚାରୀ ଙ୍କ ସମେତ ସମସ୍ତ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ