ସୀମାନ୍ତ ଯୁବ ମହୋତ୍ସବ ଉଦଘାଟିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଝାରପୋଖରିଆ ଠାରେ ଅଞ୍ଚଳର ଯୁବକ ମାନଙ୍କୁ ନେଇ ଅନୁଷ୍ଠିତ ହେଇ ଯାଇଛି ଯୁବ ମହୋତ୍ସବ| ଉଦଘାଟନି ଉତ୍ସବରେ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟଵ୍ୟକ୍ତା ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବିଜୟକୁମାର ଦାସ, ସମ୍ମାନିତ ଅତିଥି ଭାବେ ସରସକଣା ତହସିଲଦାର ମନୋଜ କୁମାର କର୍ଜି, ସମିତିର ଉପଦେଷ୍ଟା ପ୍ରଫେସର ଡ଼ଃ ସରୋଜ କୁମାର ନାୟକ, ଯୁବ ମହୋତ୍ସବ ର ସଞ୍ଚାଳକ ମଳୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରାୟ ସଖାଳ ୧୦ ଘଟିକା ରେ ଅଞ୍ଚଳରେ ଥିବା ପ୍ରଭୁ ଲୋକନାଥଙ୍କ ମନ୍ଦିରରୁ ଏକ ବିଶାଳ କାୟ ମଶାଲ ଯାତ୍ରା ଆରମ୍ଭ ହୋଇ ଝାଡଫୋଖରିଆ ବଜାର ଦେଇ ମହୋତ୍ସବ ପଡିଆକୁ ଆସିଥିଲା | ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ଏବଂ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା | ସୀମାନ୍ତ ଯୁବ ମହୋତ୍ସବ ସମିତିର ସଭାପତି ଅଶୋକ ପୁଷ୍ଟିଙ୍କ ସଭାପତିତ୍ୱରେ ପରିଚାଳିତ ସଭାରେ ଡ଼ଃ ସରୋଜ କୁମାର ନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମିତିର ସମ୍ପାଦକ ବାସୁଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛତ୍ରୀ ମାନଙ୍କ ସହିତ ନିକଟସ୍ତ ସାନଚାଟରା ଗ୍ରାମର ମା ମଙ୍ଗଳା ଡ୍ୟାନ୍ସ ଗ୍ରୁପ ଏବଂ ଏକଡାଳି ଗ୍ରାମର ଏକେଶ୍ୱର ମେଲୋଡ଼ି ଗ୍ରୁପ ବିଭିନ୍ନ ପ୍ରକାରର ନାଚ ଗୀତ ପ୍ରଦର୍ଶନ କରିଥିଲେ | ଏହି ମହୋତ୍ସବ ଅଞ୍ଚଳରେ ତିନିଦିନ ଧରି ଅନୁଷ୍ଠିତ ହେବାର ଅଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ