ଜଙ୍ଗଲ ନିଆଁ ପ୍ରତିରୋଧ ନେଇ ସଚେତନତା କାର୍ଯ୍ୟକ୍ରମ
ରାଇକିଆ , (ଆଦିତ୍ୟ ପ୍ରସାଦ ପାଢି ) : କନ୍ଧମାଳ ଜିଲା ରାଇକିଆ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବୁଧବାର ଜଙ୍ଗଲ ନିଆଁ ପ୍ରତିରୋଧ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଗରମ ବଢିବା ଦ୍ଵାରା ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଅଧିକ ହୋଇଥାଏ ଥରେ ଜଙ୍ଗଲରେ ନିଆଁ ଲାଗିଲେ ଏହାକୁ ରୋକିବା କାଠିକର ପାଠ ହୋଇଥାଏ। ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଔଷଧୀୟ ଗୁଳ୍ମ, ଗଜା, ଚାରା ପୋଡିଯାଏ, ନିଆଁ ମାଟିର ଆର୍ଦତା ନଷ୍ଟ କରିବା ସହ ବଡ ଗଛକୁ ଦର ପୋଡା କରି ଦୁର୍ବଳ କରିଦିଏ, ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଜଙ୍ଗଲଯାତ ଦ୍ରବ୍ୟ ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇଥାଏ । ରାଇକିଆ ବନାଞ୍ଚଳ ଅଧିକାରୀ ଯୁଧିଷ୍ଠିର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଏସିଏଫ ଶ୍ୱେତାଲିନ ସାହୁ, ଫାୟାର ମ୍ୟାନ କାଳୁ ଚରଣ ମହାନ୍ତି ଯୋଗ ଦେଇ କେବଳ ସଚେତନତା ମାଧ୍ୟମରେ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ କରିବା ସହ ଏ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ କଲେଜ ଛାତ୍ରୀଛାତ୍ର ଏବଂ ବନ ସଂରକ୍ଷଣ ସମିତି ସଦସ୍ୟଙ୍କୁ ମାନେ ପ୍ଲାକଡ ଧରି, ଲିଫଲେଟ ବାଣ୍ଟି, ସ୍ଲୋଗାନ ଦେଇ ଏକ ସଚେତନତା ରାଲିରେ ବାହାରି ରାଇକିଆ ସହର ପରିକ୍ରମା କରି ଜନସାଧାରଣଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବନପାଳ ଉଷଦ କହଁର, ବନରକ୍ଷୀ ଅଙ୍ଗଦ ଦିଗାଲ, ଲିଲି ମଲ୍ଲିକ, ଉର୍ଶିଲା ପ୍ରଧାନ, ନର୍ମଦା ମହାରଣା, ଦୁର୍ଗା ଶଙ୍କର ପ୍ରଧାନ, ଶାନ୍ତନୁ ବ୍ରହ୍ମା, ମୁକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଟିମ ଲିଡର ସଞ୍ଜୟ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।