ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ

ବଡସାହି,(ନିରଞ୍ଜନ ମହାନ୍ତ):ଏହି ବ୍ଲକ ଅଧିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବେଲପାଳ ପରିସରରେ ଶନିବାର ଅପରାହ୍ନ ୨ଟାରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆକସ୍ମିକ ଦୁର୍ଘଟଣା ମଧ୍ୟରେ ଗ୍ୟାସ ଟାଙ୍କି ଓ ରୋଷେଇ ସରଞ୍ଜାମରେ ଲାଗିଥିବା ନିଆଁକୁ ଲିଭାଇବା, ଅଗ୍ନିକାଣ୍ଡକୁ ପ୍ରଶମିତ କରିବା, ବଜ୍ରପାତରୁ ରକ୍ଷା ପାଇବା, ବନ୍ୟା ପରିସ୍ଥିତିରେ ବୁଡି ଯାଉଥିବା କିମ୍ବା ଭାସୁଥିବା ଗୃହପାଳିତ ପ୍ରାଣୀକୁ ଉଦ୍ଧାର କରିବା ଆଦି କୌଶଳ ଗୁଡିକ ଶିଶୁ ଭାଇ ଭଉଣୀ ମାନଙ୍କୁ ମକଡ୍ରିଲ ମାଧ୍ୟମରେ ତାଲିମ କରିଥିଲେ ।ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଓ ଆକସ୍ମିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରି ଏହାର ତ୍ବରିତ ମୁକାବିଲା କରିବା ପାଇଁ ମକଡ୍ରିଲ ମାଧ୍ୟମରେ ଅବଗତ କରିଥିଲେ । ବଡସାହି ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ ପ୍ରଦୀପ କୁମାର ପାତ୍ରଙ୍କ ତତ୍ବାବଧାନରେ ଡ୍ରାଇଭର ହାବିଲଦାର ହିରଣ୍ୟ ରଣା, ଫାୟାର ମ୍ୟାନ ରାଜେଶ୍ବର ପାତ୍ର, ଚିତ୍ତରଞ୍ଜନ ମଲ୍ଲିକ ଓ ବିଜୟ କୁମାର ଦାସ ପ୍ରମୁଖ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଦୀପ କୁମାର ଭୂୟାଁ, ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ସସ୍ମିତା ରାଣୀ ଭୂୟାଁ, ସମସ୍ତ ଗୁରୁମା ଗୁରୁଜୀ, ଅପା ଭାଇ ଓ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ