ନୂଆଁରୂପରେ ଝଳସିବ ବୁଦ୍ଧେଶ୍ୱର୍ ଶୈବପୀଠ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଆସନ୍ତା ବୁଧବାର ଦିନ ମହାସମା ରୋହରେ ପାଳନ ହେବ ମହାଶିବରାତ୍ରୀ ( ଜାଗର) ଏବେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଅଞ୍ଚଳ ରେ ଥିବା ସମସ୍ତ ଶୈବ ପୀଠ ଚଳ ଚଞ୍ଚଳ । ମନ୍ଦିର ସାଜ ସଜ୍ୱାରେ ନିମଗ୍ନ ମନ୍ଦିର ପରିଚାଳନା କମିଟି ,କାରିଗର, ଚଳିତ ବର୍ଷର ମହାଶିବରାତ୍ରୀ ଜାଗର ଯାତ୍ରା ପାଳନରେ ନୂଆଁ ରୂପ ଧରି ସଜେଇ ହେଉଥିବା ଦେଖିବାକୁ ମିଳିବ। ସାନଖେମୁଣ୍ଡି ବ୍ଲକ୍ ଚୁଡ଼ଙ୍ଗପୁର ପଞ୍ଚାୟତ ପଳାଶପୁର ଏବଂ ପାଟପୁର ମଧ୍ୟସ୍ଥ ଶ୍ରୀ ବୁଦ୍ଧେଶ୍ୱର ଶୈବ ପୀଠ ।ମନ୍ଦିର ନୂଆଁ ପରିଚାଳନା କମିଟିର ଅକ୍ଲାନ୍ତ ଉଦ୍ୟମ ଓ ପରିଶ୍ରମ ସହ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ମନ୍ଦିରର ଉନ୍ନତି କରଣ, ସୌନ୍ଦର୍ଯ୍ୟ କାରଣ ପରିବେଶ ଲୋକଙ୍କ ମାନମୋହୁଛି। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଅନୁବାଦ ସହଭାଗିତାରେ ପ୍ରଶାସନିକ ଅଧିକାରୀ ସହଯୋଗ ଏବଂ ବ୍ଲକ ଜନପ୍ରତିନିଧି ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ସହଯୋଗ ପଞ୍ଚାୟତ ,ସମିତି ର ଅନୁଦାନ ଶ୍ରୀ ବୁଦ୍ଧେଶ୍ୱରଙ୍କ ପୀଠ ଆଜି ନୂଆ ରୂପରେ ଚିତାର୍କଡକ ରେ ସଜେଇ ହୋଉଥିବା ଦେଖିବାକୁ ମିଳିଛି ପୁରାତନ ଶୈବ ପୀଠ ।

ବାହାର ପରିସର ସୁଦୃଶ୍ୟ ଟାଇଲ ପକାଯାଇ ପରିସର ପରିଚ୍ଛନ୍ନତାକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ହନୁମାନ ବାଟିକା ଉଦ୍ୟାନ ନିର୍ମାଣ କରାଯାଇ ସ୍ବତନ୍ତ୍ର ଢ଼ଙ୍ଗରେ ମନୋରମ ପରିବେଶ ସୃଷ୍ଟି କରାଯାଇଛି ।
ମନ୍ଦିର ପ୍ରବେଶ ମୁଖ୍ୟଦ୍ୱାର ସମ୍ମୁଖ ନବ ନିର୍ମିତ ଭକ୍ତଙ୍କ ପ୍ରତୀକ୍ଷା ମଣ୍ଡପକୁ ସଜାଯାଇ ଉଭୟ ପାର୍ଶ୍ଵରେ ଦେବାଦେବୀଙ୍କ ମନଲୋଭା ମାର୍ବଲ ଫଟୋରେ ସଜ୍ୱିତ କରାଯାଇଛି ।
ମନ୍ଦିର ଆଲୋକକରଣ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯାଇ ପରିସରକୁ ବ୍ରାକେଟ ଏଲଇଡି ସହ ହାଇମାକ୍ସ ଲାଇଟ୍ ବ୍ୟବସ୍ଥିତ କରାଯାଇଛି । ଏହା ସହିତ ପରିସରର ଦୃଶ୍ୟକୁ ଉପଲବ୍ଧ କରାଇବାକୁ ସ୍ଵତନ୍ତ୍ର ସେଲ୍ଫି ପଏଣ୍ଟ ନିର୍ମିତ କରାଯାଇଛି । ପରିସୀମା ପ୍ରାଚୀରର ଉଭୟ ଭିତର ଓ ବାହାରକୁ ସୋନ୍ଧର୍ଯ୍ୟ କରଣ ଯୋଜନାରେ ବିଭିନ୍ନ ଦେବା ଦେବୀଙ୍କ ରଙ୍ଗୀନ ଫଟୋ ଚିତ୍ର ଅଙ୍କାଯାଇ ମନ୍ଦିରକୁ ସୁଦୃଶ୍ୟ କରାଯାଇଛି ।
ଏତଦ୍ ମୁଖ୍ୟ ଶିବ ମନ୍ଦିର ସହ ସମସ୍ତ ମନ୍ଦିରକୁ ରଙ୍ଗୀନ ରଙ୍ଗରେ ସଜାଯାଇ ପରିସରକୁ ସ୍ଵତନ୍ତ୍ର ଭକ୍ତିମୟ ଆବେଗ ସୃଷ୍ଟି କରିବାର ଉଦ୍ୟମ କରାଯାଇଛି । ମହାଶିବରାତ୍ରୀ ଭକ୍ତଙ୍କ ପାଇଁ ମନ୍ଦିର ପରିଚାଳନା କମିଟି, ପ୍ରଶାସନ, ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।୧୦ହଜାର ଭକ୍ତ ଙ୍କ ସମାଗମ ହେବାକୁ ଥିବା ବେଳେ ପାଟପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ମନ୍ଦିର ପରିଚାଳନା କମିଟି ସଭାପତି ବସନ୍ତ କୁମାର ପାଢ଼ୀ ,ସମ୍ପାଦକ ରଞ୍ଜନ କୁମାର ସାହୁ , କୋଷାଧ୍ୟକ୍ଷ ବାଳକୃଷ୍ଣ ଚୌଧୁରୀଙ୍କ ସହ ଏ ମାଧବ ରେଡ୍ଡୀ , ଅଧ୍ୟାପକ ଡ଼ଃ କୈଳାସ ସ୍ବାଇଁ ପ୍ରମୁଖଙ୍କ ସହଯୋଗ ପରିଶ୍ରମ ସହ ଅଞ୍ଚଳବାସୀଙ୍କ ମନ୍ଦିର ପ୍ରତି ଥିବା ଶ୍ରଦ୍ଧା ଭକ୍ତି ଶ୍ରୀ ବୁଦ୍ଧେଶ୍ୱର ମନ୍ଦିରର ଉନ୍ନତି ସମ୍ଭବ ହୋଇପାରିଛି ବୁଦ୍ଧିଜୀବୀ, ଅଞ୍ଚଳ ବାସିଙ୍କ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ