ସମନ୍ଵିତ ବି.ଇଡି. ଛାତ୍ରଛାତ୍ରୀଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁଙ୍କ ମାର୍ଗଦର୍ଶନ ଓ ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଦୂର୍ଗା ଚରଣ ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଗୁହାଳଡିହା ଗ୍ରାମ ସ୍ଥିତ ଅନ୍ତ୍ୟୋଦୟ ଚେତନା ମଣ୍ଡଳ ପରିସରରେ ଚାରି ବର୍ଷିଆ ସମନ୍ଵିତ ବି.ଇଡି. ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ତ୍ୟୋଦୟ ଚେତନା ମଣ୍ଡଳର ସମ୍ପାଦକ ଆଦିତ୍ୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଭାଦବ ହେମ୍ବ୍ରମ୍ ସଭାରେ ସଭାପତିତ୍ବ କରିଥିଲେ । ଅଧ୍ୟାପକ ଚନ୍ଦ୍ରଶେଖର ଭୋଇ ଅତିଥି ପରିଚୟ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବିଭାଗର ପ୍ରାୟ ୯୬ ଜଣ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅନ୍ଧବିଶ୍ୱାସ, ନାରୀ ଶିକ୍ଷା, ପରିବେଶ ସୁରକ୍ଷା ଓ ଲିଙ୍ଗଗତ ପ୍ରଭେଦ ଓ ଏହାର ସମସ୍ୟା କୁ ନେଇ ଚାରୋଟି ନାଟକ ପରିବେଷଣ କରା ଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ସାମିଲ୍ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣା ସିଂ, ଡ଼ଃ ବିଶ୍ଵଭୂଷଣ ଭୂୟାଁ, କିନୁ ବେହେରା ଓ ମିନତୀ ମାର୍ଣ୍ଡି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଭିଷେକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।