ହୋପ ଏଜ ପକ୍ଷରୁ ଆଲୋଚନା ଚକ୍ର

କଟକ, (ଯୁଗାବ୍ଦ ନ୍ୟୁଜ):ହୋପ ଏଜ ଟ୍ରଷ୍ଟ ପକ୍ଷରୁ ଆଜି ଅପରାହ୍ନ ରେ ମରକତ ନଗର ସେକ୍ଟର ୭ ସ୍ଥିତ ଆଶ୍ରୟ ଦି ସେଲଟର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଡାକ୍ତର ମାନସ ରଞ୍ଜନ ଉପାଧ୍ୟାୟ ଏଥିରେ ଯୋଗ ଦେଇ କହିଲେ ଯେ ନିର୍ଦ୍ଧାରିତ ସମୟ ପୂର୍ବ ରୁ ଜନ୍ମିତ ଶିଶୁ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବଞ୍ଚାଇ ରଖା ଯାଇପାରିବ। ତେବେ ଏଥି ପାଇଁ ଶିଶୁ ରୋଗ ଚିକିତ୍ସାଳୟ ଗୁଡିକୁ ଉନ୍ନତ ମାନର ଚିକିତ୍ସା ଉପକରଣ ଓ ଔଷଧପତ୍ର ଯୋଗାଇ ଦିଆଯିବା ଆବଶ୍ୟକ. ରାଜ୍ୟ ରେ ଶିଶୁ ମୃତ୍ୟୁ ହାର ଅଧିକ ରୁ ଅଧିକ ହ୍ରାସ କରିବାଲାଗି ବାପା ମା ମାନଙ୍କ ମଧ୍ୟ ରେ ବ୍ୟାପକ ଜନ ସ ଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ। ଟ୍ରଷ୍ଟ ର ସଭାପତି କିଶୋର ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଟ୍ରଷ୍ଟି ଡ଼ଃ ସତ୍ୟ ରାୟ, ଉପସଭାପତି ବିଜୟ କୁମାର ପୁଷ୍ଟି, ସଂପାଦକ ରଂଜିତ ସାହୁ, ସୁଜାତା ପଟ୍ଟନାୟକ, ବଂଶୀଧର ରାଉତ, ବୃନ୍ଦାବନ ଚନ୍ଦ୍ର ହୋତା, ଉତ୍କଳ ଭୂଷଣ ରାଉତରାୟ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ