ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଛତ୍ରପୁର,(ଓ୍ବାଇଏନଏସ)  :  ଗଞ୍ଜାମ ଜିଲା ଆସିକା ବ୍ଲକ କେନ୍ଦୁପଦରସ୍ଥିତ ଏନବିସି ମହାବିଦ୍ୟାଳୟ   ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଚାକିରୁ ଅବସର କାଳୀନ ଉପଲକ୍ଷେ ଛତ୍ରପୁର ସ୍ଥିତ ତାମ୍ପରା ନିକଟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ବ୍ଲାକବୋର୍ଡ ଶୈଳିରେ ଏକ ବ୍ୟାନର ଲଗାଯାଇଥିଲା, ଯେଉଁଥିରେ ଲେଖାଯାଇଥିଲା ଆମର ପ୍ରିୟ ଶିକ୍ଷକଙ୍କୁ ଅବସର ସମୟର ଶୁଭେଛା – ଆମ ସମସ୍ତଙ୍କ ଜୀବନକୁ ଗଢିତୋଳିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଏହି ବାର୍ତା କେବଳ ଲେଖାନଥିଲା ବରଂ ଉପସ୍ଥିତ ଥିବା ଶହ ଶହ ଛାତ୍ର/ଛାତ୍ରୀଙ୍କ ହୃଦୟର ସ୍ପନ୍ଦନ ଥିଲା । ଏହି କାର୍ଯ୍ୟକ୍ରମରେ ଏକ ନିଅର ରହିଥିଲା । ଏଠି ତିନି ପିଢିର ଅପୂର୍ବ ସଙ୍ଗମ  ଦେଖିବାକୁ ମିଳିଥିଲା । ଛାତ୍ର,ଛାତ୍ରଙ୍କ ଗୁରୁ ଏବଂ ଗୁରୁଙ୍କ ଗୁରୁ ଉପସ୍ଥିତ ରହିବା । ବିଷୋୟୀ ସାରଙ୍କ ନିଜର ଦୁଇ ଶିକ୍ଷାଗୁରୁ ପ୍ରଫେସର  ବିଷ୍ଣୁଚରଣ ଚୈାଧୁରୀ ଓ ପ୍ରଫେସର ଅମୀୟ ପରିଛା ଉପସ୍ଥିତି । ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ବ୍ୟାଚର ପୁରାତନ ଛାତ୍ର/ଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ ଜେଏନୟୁ  ପଢିବା ସମୟର ବନ୍ଧୁ, କଲେଜରେ ପଢାଇବା ସମୟରେ ବନ୍ଧୁ ଓ ଶିକ୍ଷକ ଏକ ବିଶାଳ ସମାଗମ ଦେଖିବାକୁ ମିଳିଥିଲା । ସମସ୍ତେ ନିଜ ନିଜର ବ୍ୟସ୍ତବହୁଳ ଜିବନରୁ ସମୟ ବାହାର କରି ନିଜର ପ୍ରିୟ ବିଷୋୟୀ ସାର ପ୍ରତି ଭାବପୂର୍ଣ୍ଣ କୃତଜ୍ଞତା ଜଣାଇବାକୁ ଏକାଠି ହୋଇଥିଲେ । ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ଅତିଥି ଏବଂ ପ୍ରାକ୍ତନ ଛାତ୍ର/ଛାତ୍ରୀମାନେ ସାରଙ୍କ ବ୍ୟକ୍ତିତ୍ୱ,ଶିକ୍ଷାଦାନ ଶୈଳୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଅମର ସାର କେବଳ ପାଠ୍ୟପୁସ୍ତକର ଜ୍ଞାନ ଦେଉନଥିଲେ ବରଂ ଜିଭନ ଜିଇଁବାର ସଠିକ ମୂଲ୍ୟବୋଧ ଏବଂ ନୈତିକତା ଶିଖାଉଥିଲେ । କାର୍ଯ୍ୟକ୍ରମରେ ନିଜର ପ୍ରିୟ ଶିକ୍ଷକ, ବନ୍ଧୁ,ଛାତ୍ର/ଛାତ୍ରୀ ମାନଙ୍କୁ ଏକାଠି ଦେଖିବା ବିଷୋୟୀ ସାର ନିଜ ଆଖିର ଆନନ୍ଦାଶ୍ରୁକୁ ରୋକିପାରି ନଥିଲେ । ପ୍ରତ୍ୟେକ ବକ୍ତାଙ୍କ ବକ୍ତବ୍ୟରେ ବିଷୋୟୀ ସାରଙ୍କ ଶିକ୍ଷାବ୍ରତୀ ଜୀବନର ବିଭିନ୍ନ ଅନୁଭୂତି ଏବଂ ଅବଦାନ ପ୍ରତିଫଳିତ ହୋଇଥିଲା । ଅବସର କେବଳ ଚାକରି ଜିବନର ଏକ ବିରାମ ଚିହ୍ନ,କିନ୍ତୁ ଜଣେ ସଚ୍ଚା ଗୁରୁଙ୍କର ସମ୍ପର୍କ ସଦାସର୍ବଦା ନିଜ ଛାତ୍ରମାନଙ୍କ ସହିତ ଯୋଡିହୋଇ ରହିଥାଏ ତାହା ଏହି କାର୍ଯ୍ୟକ୍ରମର ଏକ ଜ୍ୱଳନ୍ତ ଉଦାହାରଣ ସାଜିଥିଲା । ଶେଷରେ ବିଷୋୟୀ ସାର ନିଜ ପ୍ରତିକ୍ରିୟାରେ ସମସ୍ତ ଗୁରୁଜନ ଏବଂ ପ୍ରାକ୍ତନ ଛାତ୍ର/ଛାତୀଙ୍କୁ ଏହି ଅଭୁଲା ସଂଧ୍ୟା ପାଇଁ କୃତଜ୍ଞତା ଜଣାଇବା ସହ ଅଶ୍ରୁପୂର୍ଣ୍ଣ ନୟନରେ ସମସ୍ତଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ । ଏପରିକି ନିଜ ପ୍ରିୟ ଗୁରୁ ଙ୍କ ଉପସ୍ଥିତି, କଲେଜ ବନ୍ଧୁ ଉପସ୍ଥିତି ଏହି କାର୍ଯ୍ୟକ୍ରମ ମୋ ଜୀବନରେ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି କହିଥିଲେ । ଏପରିକି ଅବସର ପରେ ମଧ୍ୟ ସେ ବିଭିନ୍ନ କଲେଜକୁ ଯାଇ  ମାଗଣାରେ ଛାତ୍ର/ଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବେ ବୋଲି ମଂଚରେ କହିଥିଲେ । ସେ ଜଣେ ରାଜନୀତି ବିଜ୍ଞାନ ବିଭାଗର  ଅଧ୍ୟାପକ ଭାବେ ଗଞ୍ଜାମ ଜିଲ୍ଲାରେ ବେଶ ପରିଚିତ ଥିଲେ । ଅମର ପ୍ରସାଦ ବିଷୋୟୀ ଗଞ୍ଜାମ ମହାବିଦ୍ୟାଳୟରୁ ଚାକାରି ଜୀବନ ଆରମ୍ଭ କରି କେନ୍ଦୁପଦରସ୍ଥିତ ଏନବିସି ମହାବିଦ୍ୟାଳୟରେ ଅଧ୍ୟକ୍ଷ ହୋଇ ୩୧ ଜୁଲାଇ ୨୦୨୭ରେ ଅବସର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅମର ବିଷୋୟୀଙ୍କ ବଡ ଝିଅ ସୁଶ୍ରୀ ସୁଲଗ୍ନା ମଂଚ ପରିଚାଳନା କରିଥିଲେ । ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ପୁରାତନ ଛାତ୍ର/ଛାତ୍ରୀ, ବନ୍ଧୁ ମାନେ ମଧ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ଦିର୍ଘାୟୁ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ