ପ୍ରକାଶ ରଥଙ୍କୁ ଡକ୍ଟରେଟ ଉପାଧି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୈନିକ ଖବରକାଗଜ ଓ ଡିଜିଟାଲ ଟିଭି ‘ସର୍କାର’ର ମୁଖ୍ୟ ସମ୍ପାଦକ ତଥା ବିଜେପି ପ୍ରବକ୍ତା ପ୍ରକାଶ ରଥଙ୍କୁ ଆମେରିକାନ ମ୍ୟାନେଜମେଣ୍ଟ ୟୁନିଭରସିଟି, କାର୍ଲିଫର୍ଣ୍ଣିଆ ତରଫରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ୟୁନିଭରସିଟି ଓ ‘ଆମ୍‌ଲେ’ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସାମ୍ବାଦିକତା, ରାଜନୀତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ରଥଙ୍କୁ ଏହି ସମ୍ମାନ ଦିଆଯାଇଛି ବୋଲି ଘୋଷଣା କରାଯାଇଛି । ବିଶ୍ୱର ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ସଭାରେ ଡକ୍ଟରେଟ ଉପାଧି ପ୍ରଦାନ କରରାଯାଇଛି । ଏହି ଅବସରରେ ଶ୍ରୀ ରଥଙ୍କ ଉପରେ ‘ଏ ଜର୍ଣ୍ଣିଂ ଟ୍ରୁଥ୍ ସର୍ଭିସ୍ ଆଣ୍ଡ ସୋସିଆଲ ଚେଞ୍ଜ’ ନାମକ ଏକ ବାୟୋଗ୍ରାଫି ପୁସ୍ତକ ଉନ୍ମୋଚିତ ହୋଇଥଲା ।ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ସମାଜସେବା, ରାଜନୀତି ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରକାଶ ରଥଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଶ୍ରୀ ରଥ ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ରୂପେ ଓ ବିିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ରାଜ୍ୟରେ ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେବା, ଅସହାୟମାନଙ୍କୁ ଆର୍ଥିକ ସାହାଯ୍ୟ ଆଦି କାର୍ଯ୍ୟ କରିଥାଆନ୍ତି । ଏବେ ସେ ରାଜ୍ୟ ବିଜେପିର ଜଣେ ରାଜ୍ୟ ପ୍ରବକ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଦୈନିକ ଓଡ଼ିଆ ଖବରକାଗଜ ‘ସର୍କାର’ର ମୁଖ୍ୟ ସମ୍ପାଦକ ହେବା ପୂର୍ବରୁ ସେ ରାଜ୍ୟର ବିଭିନ୍ନ ଖବରକାଗଜ, ମାଗାଜିନ ଓ ଡିଜିଟାଲ ମିଡ଼ିଆର ସମ୍ପାଦକ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏହି ଉପାଧି ସେ ରାଜ୍ୟବାସୀଙ୍କୁ ସର୍ମପଣ କରିବା ସହିତ ଆଗକୁ ଅସହାୟମାନଙ୍କ ପାଇଁ ତଥା ରାଜ୍ୟ ପାଇଁ ଅଧିକ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ