ଗଁଦିଆ ବ୍ଲକ କୁ ଖାଇଗଲେ ଖଣି ମାଫିଆ
ଢେଙ୍କାନାଳ, (ତାପସଦାସ):ରାଜ୍ୟ ସରକାର ଙ୍କ ଖଣି ବିଭାଗ ର ଦୃଷ୍ଟି ଆଢୁୁଆଳ ରେ ଚାଲିଛି ବ୍ୟାପକ ବେନିୟମ ଖଣି କାରବାର ।ଏବେ ନିକଟରେ ରାଜ୍ୟ ସରକାର ପ୍ରତି ଜିଲ୍ଲା ର ଏସ ପି ମାନଙ୍କୁ ମାଜିଷ୍ଟ୍ରେଟ କ୍ଷମତା ଦେଇଛନ୍ତି । ଗନ୍ଦିଆ ବ୍ଲକ ର ନେଉଳପୋଇ ଗ୍ରାମ ଓ ଛାଟଖୁମ୍ବ ରେ ସରକାର ଦେଇଛନ୍ତି ଲିଜ । ଗନ୍ଦିଆ ଆଖ ପାଖ ୩ ଟା ପଞ୍ଚାୟତ ରେ ଆଉ ଜାଗା ବାକି ନାହିଁ ପଥର ଖୋଲିବାକୁ ! ବେନିୟମ ଭାବେ ଶହ ଶହ ଏକର ସରକାରୀ ଓ କପିଳାସ ଠାକୁର ଙ୍କ ଜାଗାରୁ ଚାଲିଛି ବେଆଇନ ଖଣି କାରବାର।ଏବେ ମାର୍ଚ୍ଚ ମାସ ପାଇଁ କିଛି ଲୋକ ଦେଖାଣିଆ ଚଢାଉ ପୋଲିସ କରି ଗୋଟେ କି ଦୁଇଟା ଗାଡି ଧରି ଫାଇନ କରୁଥିବାର ଦେଖା ଯାଉଛି । ଯେଭଳି ଭାବେ ପରିବେଶ କୁ ନଷ୍ଟ ଭ୍ରଷ୍ଟ କରା ଯାଉଛି ତାର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ ।