ଚୋରାକାଠ ବୋଝେଇ ପିକଅପ ଜବତ କଲା ବନବିଭାଗ
ବେତନଟୀ, (ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ରାତିରେ ପେଟ୍ରୋଲିଙ୍ଗ ସମୟରେ ଏକ ଚୋରା କାଠ ବୋଝେଇ ପିକଅପକୁ ଜବତ କରାଯାଇ ବୁଧବାର ବେତନଟୀ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁସାରେ ବୈଶିଙ୍ଗା ଥାନା ପକ୍ଷରୁ ରାତିରେ ପେଟ୍ରୋଲିଙ୍ଗ ସମୟରେ ଅଁଳା ରାସ୍ତାରେ ଏକ ପିକଅପକୁ ଯାଞ୍ଚ ବେଳେ ସେଥିରେ ଚୋରା କାଠ ବୋଝେଇ ଦେଖିବା ପାରେ ପୋଲିସ ଡବ୍ଲୁ ଵି ୩୩ଏ ୨୩୬୦ ନମ୍ବର ଗାଡିଟିକୁ ଜବତ କରିଥିଲା। ଜବତ ଗାଡ଼ିରେ ୧୨ ଖଣ୍ଡ ନିମ କାଠ ୩୦ସିଫ୍ଟ ଓ ୭ଖଣ୍ଡ ଚୁଡ୍ରା କାଠ ୮ସିଫ୍ଟ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଗାଡିଟି ବନ ବିଭାଗକୁ ହସ୍ତାନ୍ତର ପରେ ବନବିଭାଗ ପକ୍ଷରୁ କେଶ ନମ୍ବର ୫୦ଵି ୨୦୨୪-୨୫ ରେ ମାମଲା ରୁଜୁ କରାଯାଇଛି। ଜବତ ସମୟରେ ଗାଡି ଚାଲାକ ଫେରାର ହୋଇଯାଇ ଥିବା ସୂଚନା ମିଳିଛି। ଗାଡି ଜବତ ସମୟରେ ବେତନଟୀ ବନବିଭାଗ ରେଞ୍ଜର ମନୱର ଖାନ, ଫୋରେଷ୍ଟର ପ୍ରଶାନ୍ତ ସିଂ, ବୈଶିଙ୍ଗା ଫୋରେଷ୍ଟ ଗାର୍ଡ ଉତ୍ତମ ଦାସ, ଯୁଗଳ ଫୋରେଷ୍ଟ ଗାର୍ଡ ଜୟନ୍ତୀ ପାତ୍ରଙ୍କ ସମେତ ପାରାକର୍ମଚାରୀ ମାନେ ଉପସ୍ଥିତ ଥିଲେ।