ଜମି ବିବାଦ: ଜିନିଷପତ୍ର ଚୋରି ଘଟଣାରେ ୪ ଗିରଫ

ବନ୍ତ,(ଚାନ୍ଦିନୀ ମହାନ୍ତି ): ଜମି ବିବାଦ ଓ ଜିନିଷପତ୍ର ଚୋରି ଘଟଣାରେ ବନ୍ତ ପୋଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ଅଜାଣଗଢ଼ିଆ ଗ୍ରାମର ଜଗବନ୍ଧୁ ଜେନା (୪୫), ସନାତନ ଜେନା (୫୦), ରତ୍ନାକର ଜେନା (୨୬) ଏବଂ ଭୋଳାନାଥ ଜେନା (୫୬)। ଦୀର୍ଘ ଦିନ ଧରି ଚାଲିଥିବା ଜମି ବିବାଦ ସମ୍ପର୍କରେ ଅଜାଣଗଢିଆ ଗ୍ରାମର ସମୀର ରଞ୍ଜନ ଜେନା ଥାନାରେ ଅଭିଯୋଗ କରିବା ପରେ ରବିବାର ପୋଲିସ ୨୮୩/୨୬ ମୂଳେ ମାମଲା ରୁଜ୍ଜୁ କରିଥିଲା । ଅଭିଯୋଗରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ଘର ପାଖକୁ ଆସି ତାଙ୍କୁ ଗାଳିଗୁଲଜ କରିଵା ସହ ଧମକ ଦେଇଥିଲେ ଏବଂ ବିବାଦୀୟ ସମ୍ପତ୍ତିରୁ ସିମେଣ୍ଟ, ଲୁହା ରଡ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜୋରଜବରଦସ୍ତି ବାହାର କରିଦେଇଥିଲେ। ପୋଲିସ ପକ୍ଷରୁ ତଦନ୍ତ ପୂର୍ବକ ଅଭିଯୁକ୍ତମାନଙ୍କ ଘରେ ତଲାସୀ କରାଯାଇଥିଲା। ବିଶ୍ୱସ୍ତ ସୂଚନା ପାଇ ପୋଲିସ ଅଭିଯୁକ୍ତମାନଙ୍କୁ ସୋମବାର ସକାଳେ ଗିରଫ କରିଥିଲା। ଯେତେବେଳେ ସେମାନେ ଜବତ ଜିନିଷଗୁଡ଼ିକୁ ବନ୍ତ ମାର୍କେଟର ବିକ୍ରି କରିବା ପାଇଁ ଅଟୋରେ ପରିବହନ କରୁଥିଵା ବେଳେ ପୋଲିସ ସମସ୍ତ ସାମଗ୍ରୀଗୁଡ଼ିକୁ ଜବତ କରିଥିଲା । ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ସାମଗ୍ରୀର ମାଲିକାନା ଏବଂ ଉତ୍ପତ୍ତି ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଏବଂ ମାମଲାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ