ଟାଙ୍ଗଣା ପଲ୍ଲୀ ହାଇସ୍କୁଲରେ ହିନ୍ଦୀ ଦିବସ ପାଳନ

ଛତ୍ରପୁର(ଓ୍ବାଇଏନଏସ):ସେପ୍ଟେମ୍ବର 14ରୁ 30 ମଧ୍ୟରେ ଭାରତ ରାଷ୍ଟ୍ରରେ ରେ ହିନ୍ଦୀ ପକ୍ଷ ପାଳନ ହେଉଥିବା ପରିପ୍ରେକ୍ଷୀ ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠ ରେ ହିନ୍ଦୀ ଦିବସ ପାଳନ ହୋଇଯାଇଛି | ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭାରତର ସମସ୍ତ ନାଗରିକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ, ଭାବ ବିନିମୟ ପାଇଁ ହିନ୍ଦୀ ଭାଷାର କଥନ ଓ ବ୍ୟବହାର ନିତାନ୍ତ ଜରୁରୀ ବୋଲି ବକ୍ତବ୍ୟ ରଖି ହିନ୍ଦୀରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା  ଛୋଟ ଛୋଟ କବିତା ରଚନା କରି ଏକ ଛୋଟ ମାଗାଜିନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଉକ୍ତ ବାବଦ ଖର୍ଚ୍ଚ ସେ ବହନ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ହିନ୍ଦୀ ଶିକ୍ଷୟିତ୍ରୀ କେ. ଜୟଶ୍ରୀ ଦୋରାଙ୍କ ସଂଯୋଜନା ରେ ପରିଚାଳିତ ସଭାରେ ଏନ. ସି. ସି. ଫାଷ୍ଟ ଅଫିସର ସୁଧାକର ବୋଳି, ପର୍ଶୁରାମ ପାତ୍ର  ଉଦବୋଧନ ଦେଇଥିଲେ | ଛାତ୍ର ଛାତ୍ରୀ ମାନେ ହିନ୍ଦୀରେ ବକ୍ତବ୍ୟ ରଖିଥିଲେ | ପୁର୍ବରୁ ପରିଚାଳିତ ହିନ୍ଦୀ ଭାଷାର ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା | ବରିଷ୍ଠ ଶିକ୍ଷକ ବିଷ୍ଣୁ ପ୍ରିୟା ପାଢ଼ୀ, ଅଭିରାମ ସାହୁ,  ଭାଗିରଥୀ ମିଶ୍ର, ଉଷାରାଣି ମିଶ୍ର, ବିଜୟ ସାହୁ, ମୌସୁମୀ ମହାରଣା , ଜ୍ୟୋତିର୍ମୟୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଯମୁନା ରେଡି ଧନ୍ୟବାଦ ଅର୍ପଣ କରିଥିଲେ  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ