ହାପି ହୋଲି
ମନରେ ଭରିଛି
ଦୁନିଆଁର ରଙ୍ଗ
ଖେଳିବାକୁ ବେଳ କାହିଁ,
ପରିସ୍ଥିତି ଆସି
ରଙ୍ଗ ବୋଳି ଦିଏ
କେହି ଜାଣି ପାରେ ନାହିଁ ।
ଆଜି ହୋଲି ରଙ୍ଗ
କାଲିକି ନ ଥିବ
ସବୁ ରଙ୍ଗ ଯିବ ଛାଡି,
ମନର ଭିତରେ
ଯେତେ ରଙ୍ଗ ଅଛି
ମାରିବ ନିତି ଲହଡି ।
ଦୁଃଖ ଜନ୍ତ୍ରଣାର
ଲହଡି ମାଡରେ
ମୁହଁ ଯିବ କଳା ପଡି,
ହିଂସା କ୍ରୋଧ ରାଗ
ଲହଡି ଉଠିଲେ
ମୁହଁ ଯିବ ନାଲି ପଡି ।
ଲାଲ୍ କଳା ରଙ୍ଗ
ଯେଭଳି ଦିଶଇ
ଅନ୍ଯ ରଙ୍ଗ ନ ଦିଶଇ,
ହସ ଖୁସି ମଜା
ଆନନ୍ଦ ଉଲ୍ଲାସ
ପାଇଁ କୋଉ ରଙ୍ଗ କାହିଁ ।
ଆସିଛିରେ ହୋଲି
ଦେହେ ରଙ୍ଗ ବୋଳି
ହିଂସା କ୍ରୋଧ ଦୁଃଖ ଭୁଲି,
ଆନନ୍ଦ ଉଲ୍ଲାସ
ମନେ ଭରିଦେବା
ଗାଇ ଗାଇ ହାପି ହୋଲି ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ