କାଣୀ ନଦୀ ମୁହାଣ ବନ୍ଦ ପ୍ରସଙ୍ଗ: ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଧାମନଗର (ଓ୍ବାଇଏନଏସ): କାଣୀ ନଦୀର ମୁଁହ ବନ୍ଦ ପ୍ରତିବାଦ ଏବଂ ବୈତରଣୀ ନଦୀ ଧାମନଗରକୁ ବନ୍ୟାରୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗାନ୍ଧୀ ଜନ କଲ୍ୟାଣ ସମିତି ଧାମନଗର ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକୃତି ଓ ପରିବେଶକୁ ଧ୍ୱଂସ କରି,ଚାଷୀ ଏବଂ ସାଧାରଣ ଜନତାଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେବା ପାଇଁ ଏହା କାହାର ଚକ୍ରାନ୍ତ? ଧାମନଗର ଦେଇ ପ୍ରବାହିତ ବୈତରଣୀର ପ୍ରମୁଖ ଶାଖା ‘କାଣୀ ନଦୀ’ର ମୁହଁକୁ ବନ୍ଦ କରିବା ଭଳି ଏକ ଅଦୂରଦର୍ଶୀ ତଥା ଜନବିରୋଧୀ ପଦକ୍ଷେପକୁ ଆମେ ଦୃଢ଼ ଭାବରେ ନିନ୍ଦା କରୁଛୁ।​ ଏହି ଅନ୍ୟାୟ ନିଷ୍ପତ୍ତି ବିରୋଧରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡିଶା,ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏବଂ ଜଳସମ୍ପଦ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଗାନ୍ଧୀ ଜନ କଲ୍ୟାଣ ସମିତି ଧାମନଗର ପକ୍ଷରୁ କର୍ମକର୍ତ୍ତା ମାନେ ଧାମନଗର ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି ୫୦୦ରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କୁ ପ୍ରଦାନ କରିଥିଲେ। ପ୍ରଶାସନ ପାଇଁ ଏହା ସ୍ପଷ୍ଟ ଚେତାବନୀ ବୋଲି ସମିତି ପକ୍ଷରୁ କୁହାଯାଇଛି।ନଦୀର ଗତିପଥକୁ ରୋକି ଅଞ୍ଚଳବାସୀଙ୍କୁ ବନ୍ୟା ଓ ଜଳାଭାବର ବିପଦ ମଧ୍ୟକୁ ଠେଲିଦେବାକୁ ଦିଆଯିବ ନାହିଁ। ଯଦି ପ୍ରଶାସନ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି ତେବେ ଏଲଢ଼େଇ କେବଳ ଦାବିପତ୍ରରେ ସୀମିତ ରହିବ ନାହିଁ। ନିଜର ଅଧିକାର ଓ ନଦୀର ସୁରକ୍ଷା ପାଇଁ ଆମେ ଗାଁ ଗାଁ ବୁଲି ଲୋକଙ୍କୁ ଏକାଠି କରିବୁ ଏବଂ ଏହାକୁ ଏକ ବିଶାଳ ଐତିହାସିକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଧାମନଗର ବାସୀ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ସମସ୍ୟାର ସମାଧାନ ନହେଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଗାନ୍ଧୀ ଜନ କଲ୍ୟାଣ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ