ସୁବର୍ଣ୍ଣପାଲିରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସୁବର୍ଣ୍ଣପାଲି ଗ୍ରାମରେ ଏକ ଦିବାସୀୟ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ।ସୁବର୍ଣ୍ଣପାଲି ଭଲିବଲ କ୍ଲବ ଆନୁକୂଲ୍ୟ ଟୁର୍ନାମେଣ୍ଟ ରେ ସ୍ଥାନୀୟ ସରପଞ୍ଚ ସତ୍ୟାନନ୍ଦ ବାଘ ସମିତିସଭ୍ୟ ରାଜେଶ ପଟେଲ ରବୀନ୍ଦ୍ର ମାଝୀ ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ, ପୁରାତନ କ୍ରୀଡ଼ାବିତ ତ୍ରିପୁରାରି ପାଗନିଆ ସନ୍ତୋଷ ପଟେଲ ଲୁଲୁ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଉକ୍ତ ଟୁର୍ନାମେଣ୍ଟ ରେ ଜିଲ୍ଲା ସମତେ ଜିଲ୍ଳାବାହାର ଷୋହଳ ଗୋଟି ଦଳ ଭାଗନେଇଥିଲେ ପ୍ରଥମେ କୁଚିଣ୍ଡା “ଏ” ସହିତ ସୁନ୍ଦରଗଡ ବଡ଼ ବାହାଲ ମଧ୍ୟରେ ସେମିଫାଇନାଲ ହୋଇଥିଲା। ଏଥିରେ ବଡ଼ବାହାଲ ଦଳ ବିଜୟୀ ହାସଲ କରିଥିଲା। ପରେ ଦ୍ୱିତୀୟ ସେମିଫାଇନାଲ ରେ ତାଳମୁଣ୍ଡା ସହ କୁଚିଣ୍ଡା “ବି” ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବାବେଳେ, ଏଥିରେ ତାଳମୁଣ୍ଡା ଦଳ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଥିଲା। ଫାଇନାଲ ରେ ସୁନ୍ଦରଗଡ ର ବଡ଼ବାହାଲ ଓ ଝାରସୁଗୁଡା ଜିଲ୍ଲା ର ତାଳମୁଣ୍ଡା ମଧ୍ୟରେ ହୋଇଥିଲା ।ଶେଷରେ ତାଳମୁଣ୍ଡା ଦଳ ବଡ଼ବାହାଲ ଦଳକୁ ହରାଇ ତାଳମୁଣ୍ଡା ଦଳ ଚାମ୍ପିୟନ ହୋଇଥିଲା। ଫାଇନାଲ ଖେଳ ଦର୍ଶକ ମାନଙ୍କୁ ବହୁତ ଆକର୍ଷିତ କରିଥିଲାବେଳେ ଫାଇନାଲ ରେ ବିଜେତା ଦଳକୁ ଟ୍ରଫି ସହ ସାତ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ପାଞ୍ଚାହଜାର ଟଙ୍କା ଅତିଥିମାନେ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟ ସହଯୋଗରେ ସୁବର୍ଣ୍ଣପାଲି ଭଲିବଲ କ୍ଲବ ସହଯୋଗ ରେ ସତ୍ୟଜିତ, ସଜନ, ରୋଶନ, ରାହୁଲ, ଆକାଶ, ଦୁସୁମନ୍ତ, କାନ୍ତ, କାଳିଆ, ଗୁଣବନ୍ତ, ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ