ବରିଷ୍ଠ ସମବାୟବିତ ରାମଚନ୍ଦ୍ରଙ୍କ ପରଲୋକ
ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବଜାର ବାସିନ୍ଦା,ବଡ଼ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ,ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି,ବିଭିନ୍ନ ସମବାୟ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ତଥା ବରିଷ୍ଠ ସମବାୟବିତ ରାମଚନ୍ଦ୍ର ଦାସଙ୍କ ଗତକାଲି ୧୫ ତାରିଖ ହୋଲି ଉତ୍ସବ ଦିନ ପୂର୍ବାହ୍ନରେ ପରଲୋକ ଘଟିଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ହୃଦଘାତ ରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ,୨ ପୁଅ, ବୋହୁ,ନାତି ନାତୁଣୀ ଉପସ୍ଥିତ ଥିଲେ।ତାଙ୍କ ବିୟୋଗରେ ବଡ଼ସାହି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।ବଡ଼ସାହି ବ୍ଲକ୍ କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ୍ ସଭାପତି ଗୁଣନିଧି ମହାନ୍ତି,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ବଳା,ଆନନ୍ଦ ଶଙ୍କର ପାତ୍ର,ଯୁବନେତା ଶଶାଙ୍କ ଶେଖର କର, ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଶବ ସତ୍କାର କରାଯାଇଛି।