ପୈାର ପରିଷଦ ପକ୍ଷରୁ ଆରମ୍ଭ ହେଲା ପାନୀୟ ଜଳ ସେବା କେନ୍ଦ୍ର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ତାତିର ପ୍ରକୋପରେ ଏବେ ସାରା ରାଜ୍ୟ ସିଝୁଛି। ଗ୍ରୀଷ୍ମ ଲହର ହେତୁ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସ ଆରମ୍ଭରୁ ଓଡିଶାର ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟରେ ପାରଦ ଦିନକୁ ଦିନ ଉପର ମୁହାଁ ହୋଇଛି। ଟାଣ ଖରା ସାଙ୍ଗକୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ କଲବଲ କରୁଛି। ତାତି ବୃଦ୍ଧି ସହ ଗୁଳୁଗୁଳି ଅନୁଭୁତ ହେଉଥିବା ଯୋଗୁଁ ଲୋକେ ପଦାକୁ ବାହାରିବା କଷ୍ଟକର ହୋଇଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର ଏଥିପ୍ରତି ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ମଙ୍ଗଳବାର ପୈାର‌ ପରିଷଦ ପକ୍ଷରୁ ସ୍ଥାନୀୟ ବସ୍ ଟର୍ମିନାଲ ସମେତ ସ୍ଥାନୀୟ ପୈରାଞ୍ଚଳର ୬ଟି ପୃଥକ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର (ଜଳଛତ୍ର) ଆରମ୍ଭ ହୋଇଛି। ପଥଚାରୀ, ତୃଷାର୍ତ୍ତ ବାଟୋଇ ଓ ଦୂର ଦୁରାନ୍ତରୁ ଆସୁଥିବା ସାଧାରଣ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇବା ପାଇଁ ହିଞ୍ଜିଳିକାଟୁ ପୈାର ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଟାଣ ଖରାରେ ପଦାକୁ ନ ବାହାରିବା, ଜରୁରୀ କାମ ପଡ଼ିଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏଵଂ ଛତା ବ୍ଯବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ସାଙ୍ଗରେ ପାଣି ବୋତଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା ପାଇଁ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୈାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକଙ୍କ ପୈାର‌ପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢି, ବିଜେଡି ନେତା ପ୍ରଦୀପ କୁମାର ପଣ୍ଡା, ପୈାର ଯନ୍ତ୍ରୀ ମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ସୁବ୍ରତ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦ୍ବୀତିକୃଷ୍ଣ ପଣ୍ଡା, ଶେଷଦେବ ସାହୁ, ବିଶ୍ବମ୍ବର ସାହୁ, ବିଭୁ ପ୍ରସାଦ ପଣ୍ଡା, ସୁଶାନ୍ତ କୁମାର ପ୍ରଧାନ, କାଉନସିଲର ବୃନ୍ଦ ଓ ଜନ ସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ