ବାଇକ ଦୁର୍ଘଟଣାରେ ଦୁଇ ମୃତ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଥାନା ସିଙ୍ଗଡୋଭ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ଯଶୋବନ୍ତପୁର ଗ୍ରାମର ଜ୍ଞାନ ରଞ୍ଜନ ସାହୁ ଓ ବଂଚୋ ପଞ୍ଚାୟତ ସିଙ୍ଗଡୋଭ ଗ୍ରାମର ବିଚିତ୍ର ବେହେରାଙ୍କ ପତ୍ନୀ ବୁଲ ବେହେରା (୩୩)। ଗୁଲ ବେହେରା ଶୌଚ ପାଇଁ ଯାଉଥିବା ବେଳେ ବାଇକ ଆରୋହୀ ଜ୍ଞାନଙ୍କ ବୁଲେଟ ସହିତ ଧକ୍କା ହୋଇଥିଲା। ମହିଳା ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଜ୍ଞାନ ବୁଲେଟ ସହିତ ବନ୍ଧ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଜ୍ଞାନ ପୋଲିସ ବିଭାଗରେ କେନ୍ଦୁଝର ରେ ଚାକିରୀ କରୁଥିଲେ ବୋଲି ଜଣା ଯାଇଛି। ବିଶେଷ କରି ଏହି ବନ୍ଧ ରାସ୍ତାରେ ଉଭୟ ପଟ ଗଛଲତା ପରିପୂର୍ଣ୍ଣ ହୋଇ ଯାଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ