୩୫୦୦ ଭତ୍ତା ପାଇଁ ବାଧକ ସାଜିଛି ୧୦୦% ବିକଳାଙ୍ଗ
ସମ୍ବଲପୁର, (ଲିପନ ନାଏକ):ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ପାଳନ କରୁଛନ୍ତି ସରକାର। ସୁଭଦ୍ରା ଠାରୁ ଆରମ୍ଭ କରି ଅନେକ ଯୋଜନାକୁ କାର୍ଯ୍ୟକ୍ଷମ କରିଛନ୍ତି ସରକାର। ଏହି ଯୋଜନା କାର୍ଯ୍ୟକ୍ଷମ ହେବାପରେ ପ୍ରଶାସନିକ ଅଧିକାରୀଙ୍କ ଦାଇତ୍ୱ ଏହି ଯୋଜନାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇ ଉଚିତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରି ଯୋଜନାର ଲାଭ ପ୍ରଦାନ କରିବା। ହେଲେ ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଜାମୁମାଲ ଗ୍ରାମରେ ଏହାର ବ୍ୟତିକ୍ରମ ହେଉଥିବା ନଜରକୁ ଆସିଛି। ସୂଚନା ଅନୁଯାଇ ଜାମୁମାଲ ଗ୍ରାମ ଅକ୍ଷୟ କୁମାର ପଟେଲ ଓ ଦୀପ୍ତିମୟୀ ପଟେଲଙ୍କ ପୁଅ ଆଦିତ୍ୟ ପଟେଲ (୨୫) ଜନ୍ମରୁ ହିଁ ମାନସିକ ଓ ଶାରୀରିକ ଭିନ୍ନକ୍ଷମ l ପିତା ଅକ୍ଷୟଙ୍କ କହିବା ଅନୁଯାଇ ପୁଅ ଆଦିତ୍ୟଙ୍କ ଜନ୍ମ ବେଳରୁ ହିଁ ତାକୁ ସମ୍ବଲପୁର, କଟକ, ରାଉରକେଲା, ଭୁବନେଶ୍ୱର ଭଳି ଅନେକ ସ୍ଥାନରେ ଚିକିତ୍ସା କରି ମଧ୍ୟ ବିଫଳ ହୋଇ ନିରାଶ ହୋଇଛୁ । ୨୦୦୭ ମସିହାରୁ ପୁଅ ଆଦିତ୍ୟଙ୍କ ଭିନ୍ନକ୍ଷମ ପ୍ରମାଣପତ୍ରରେ ୧୦୦% ଥିବା ସତ୍ୱେ ଆଦିତ୍ୟଙ୍କୁ ନୂତନ ସରକାରଙ୍କ ୩୫୦୦ ଭତ୍ତା ଯୋଜନାରେ ସାମିଲ କରାଯାଇପାରୁ ନାହିଁ। ନୂତନ ଭତ୍ତା ଯୋଜନାରେ ସାମିଲ କରିବାକୁ ନୂତନ ବିକଳାଙ୍ଗ ପ୍ରମାଣ ପତ୍ର ସହିତ ଆଧାର କାର୍ଡ ବାଧ୍ୟତାମୂଳକ ଥିବା ବେଳେ ଆଦିତ୍ୟଙ୍କ ୧୦୦% ବିକଳାଙ୍ଗ ଥିବାରୁ ଆଦିତ୍ୟ ଉଠି ବସି ପାରନ୍ତି ନାହିଁ ଏହି ପରିପେକ୍ଷୀରେ ବାପା ତାଙ୍କ ଆଧାର କାର୍ଡ କରିବାକୁ ଅନେକ ଥର ଜମନକିରା ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଆଧାର ସେଣ୍ଟର ଯାଇ ଯାଇ ନିଅଣ୍ଟ ହେବାକୁ ପଡୁଛି ହେଲେ ବିକଳାଙ୍ଗ ଥିବାରୁ ନା ଫିଙ୍ଗର ପ୍ରିଣ୍ଟ ଆସୁଛି ନା ଆଖି ସ୍କେନ ଆସୁଛି ଏଭଳି ପରିପେକ୍ଷି ରେ ପରିବାର ଲୋକେ କରିବେ କଣ। ଗୋଟିଏ ପଟେ ୩୫୦୦ ଭତ୍ତା ପାଇଁ ଯୋଗ୍ୟତା ଥିଲେ ମଧ୍ୟ ଆଧାର କାର୍ଡ ହୋଇପାରୁନଥିବାରୁ ଏହି ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି ଆଦିତ୍ୟ। ଆଜିକୁ ୩ ମାସ ହେବ ବ୍ଲକ କାର୍ଯ୍ୟାଳୟରେ ନୂତନ ବିକଳାଙ୍ଗ ପ୍ରମାଣ ପତ୍ର ଦାଖଲ କରିଥିଲେ ମଧ୍ୟ ଆଦିତ୍ୟ ୩୫୦୦ ଟଙ୍କା ପାଇବାରୁ ବଞ୍ଚିତ ଥିବା କହିଛନ୍ତି ଅକ୍ଷୟ l ଗ୍ରାମ ବାସି ସୁକାନ୍ତି ପଟେଲ ଙ୍କ କହିବା ଅନୁଯାଇ ପ୍ରକୃତରେ ଆଦିତ୍ୟ ୩୫୦୦ ଭତ୍ତା ପାଇବାର ହକଦାର। ଯଦି ଆଧାର କାର୍ଡ ପାଇଁ ଭତ୍ତା ପାଇବାରେ କିଛି ଅସୁବିଧା ହେଉଛି ତାହା ହେଲେ ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ଆସି ଏହାର ଯାଞ୍ଚ କରି ସମାଧାନ କରନ୍ତୁ ଓ ଆଦିତ୍ୟ ଙ୍କୁ ଏହି ଯୋଜନାରେ ସାମିଲ କରନ୍ତୁ ନ ହେଲେ ପ୍ରଶାସନ ଆଧାର କାର୍ଡ କରିଦିଅନ୍ତୁ। ବିଭିନ୍ନ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ନିଅଣ୍ଟ ହେବାପରେ ଯେପରି ଏହି ଯୋଜନା ତାଙ୍କ ପାଇଁ ନୁହେଁ ବୋଲି ମନକୁ ମାନି ରହିଯାଇଛନ୍ତି ପରିବାର ଲୋକେ। ଏହାକୁ ନେଇ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ଙ୍କୁ ଯୋଗାଯୋଗ କରାଯିବାରୁ ଆମେ ଏ ସମ୍ପର୍କ ରେ ଅବଗତ ଅଛୁ ଶିଶୁର ଆଧାର ନ ଥିବାରୁ ଏଭଳି ସମସ୍ୟା ହେଉଛି ଓ ଏହାର ସମାଧାନ ପାଇଁ ଆମେ ଚେଷ୍ଟା କରୁଛୁ ଯଥାଶୀଘ୍ର ଏହାର ସମାଧାନ ହେଇଯିବ ବୋଲି ଆମେ ଆଶା କରୁଛୁ lସମ୍ବଲପୁର ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।