ବଳତ୍କାର ଅଭିଯୋଗରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ନବରଙ୍ଗପୁର,(ୱାଇଏନଏସ): ଜଣେ ଯୁବତୀଙ୍କୁ ଅପହରଣ ପରେ ବଳତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲା ଜଜ ତଥା ପୋକ୍ସ ଜଜ ବାସୁଦେଵ ଆଚାର୍ଯ୍ୟ ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି । ଅନାଦେୟ ୬ ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ କରିଛନ୍ତି ।ନବରଙ୍ଗପୁର ଥାନା ଅଧିନ ସାଗାରମୁଣ୍ଡା ଗାଁର ଧନୁର୍ଯ୍ୟାୟ ହରିଜନ ଜଣେ ଯୁବତୀଙ୍କୁ ୨୦୧୭ ଜୁଲାଇ ୨୭ ତାରିଖରେ ଅପହରଣ କରି ବିବାହ ପ୍ରଲୋଭନ ଦେଖାଇ ବଳତ୍କାର କରିଥିଲା । ଏନେଇ ନବରଙ୍ଗପୁର ଥାନାରେ କେସ ନମ୍ବର ୨୧୭/୧୭ରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୋଗ ଫର୍ଦ୍ଧ କୋର୍ଟକୁ ଦେବାପରେ କୋର୍ଟ କେସ ନମ୍ବର ୩୧/୨୧ରେ ପଞ୍ଜିକରଣ ହୋଇ ମାମଲାଟି ବିଚାରାଧୀନ ଥିଲା । ୨୦ ଜଣ ସାକ୍ଷ ପ୍ରମାଣଙ୍କୁ ଭିତ୍ତି କରି ପୋକ୍ସ ଜଜ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବେ ବୋଲି ଶୁଣାଣି କରିଛନ୍ତି। ପିଡ଼ିତାକୁ ୭ ଲକ୍ଷ ଟଙ୍କା ସହାୟତା ପାଇଁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସଚିନନ୍ଦନ ସ୍ୱାଇଁ ମାଲଲା ପରିଚାଳନା କରୁଥିଲେ ।