ମୁନସୀ ଓ ଚେକରଙ୍କ ଦ୍ୱାରା ଫଡି ଘର ନିର୍ମାଣ କରୁଛି କେନ୍ଦୁପତ୍ର ବିଭାଗ
ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ବଡ଼ରମା କେନ୍ଦୁପତ୍ର ବିଭାଗ ପକ୍ଷରୁ ଶ୍ରମିକଙ୍କ ସ୍ଥାନରେ ମୁନସୀ ଓ ଚେକରଙ୍କୁ ନିୟୋଜିତ କରାଯାଇ ଫଡି ଘର ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ବଡ଼ରମା ରେଞ୍ଜ ଅନ୍ତର୍ଗତ ବଞ୍ଜରୀ ବାହାଲ ଗ୍ରାମରେ ଥିବା ଏକ ଫଡି ଘର ନିର୍ମାଣ କାର୍ଯ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଫଡି ଘର ଶ୍ରମିକଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯାଇ ଥାଏ ହେଲେ ଏ ବର୍ଷ ଏହାକୁ ବ୍ୟତିକ୍ରମ କରି ଉକ୍ତ ରେଞ୍ଜ ଅଧୀନରେ କାମ କରୁଥିବା ମୁନସୀ ଓ ଚେକର ମାନଙ୍କୁ ନିୟୋଜିତ କରାଯାଇଛି। ଅନ୍ୟ ପକ୍ଷରେ ଏଭଳି କାର୍ଯ୍ୟ କେବଳ ବଡ଼ରମା ରେଞ୍ଜ ରେ କରାଯାଉଥିବା ବେଳେ ଭୋଜପୁର ରେଞ୍ଜ ରେ ଶ୍ରମିକ ଙ୍କୁ ନିୟୋଜିତ କରାଯାଇଛି। ସେହିପରି କାର୍ଯ୍ୟରେ ନିୟୋଜିତ ଥିବା ମୁନସୀ ଓ ଚେକର ଙ୍କୁ ଏଭଳି କାର୍ଯ୍ୟ କାହିଁକି କରୁଛ ବୋଲି ପ୍ରଶ୍ନ କରିବାରୁ ଆମକୁ ଡ଼ିଏଫଓ ଏବଂ ବଡ଼ରମା ରେଞ୍ଜର ଙ୍କ ଆଦେଶ କ୍ରମେ ଫରେଷ୍ଟ ଆମକୁ କାମରେ ନିୟୋଜିତ କରିଥିବା କହିଛନ୍ତି। ହେଲେ ବିଭାଗୀୟ ଅଧିକାରୀ କେଉଁ ଉଦେଶ୍ୟ ରେ ଏଭଳି କରୁଛନ୍ତି ତାହା ଏକ ପ୍ରଶ୍ନ। ଶ୍ରମିକ ଙ୍କୁ ନିୟୋଜିତ ନ କରାଯାଇ କାମ ସମ୍ପର୍ଣ କରି ସରକାରି ଟଙ୍କା ହଡଫ ଯୋଜନା କରାଯାଉଛି ବୋଲି ଅନୁମାନ କରାଯାଇ ପାରେ। ଏହି କାର୍ଯ୍ୟ ରେ ବିଭାଗ ପକ୍ଷରୁ ଉଡ଼ସୁଙ୍ଗ ହେଡ଼ ଚେକର ସନ୍ତୋଷ ନାଏକ ଙ୍କ ସହିତ ବଂଜାରିବାହାଲ ଚେକର ଅରୁଣ କୁମାର ନାୟକ, ଉଡ଼ସୁଙ୍ଗ ଚେକର ସରୋଜ ଭୋଇ, ତରଣ୍ଡା ଓ ଚକୁଲିଆ ବାହାଲ ଚେକର ରଞ୍ଜିତ ବାଘ ଙ୍କୁ ନିୟୋଜିତ କରାଯାଇଥିବା ବେଳେ ବଂଜାରିବାହାଲ ମୁନସୀ ସୁରେନ୍ଦ୍ର ବଗର୍ତି, ଚକୁଳିଆ ବାହାଲ ମୁନସୀ ଶତନାରାୟ ଧୂରୁଆ, ବାଲି ଚୁଆଁ ମୁନସୀ ଅମିତ କୁମାର ନାଏକ, ତରଣ୍ଡା ମୁନସୀ ତ୍ରିଲୋଚନ ନାଏକ, ଗଏଲ ମୁଣ୍ଡି ମୁନସୀ ଦୁର୍ଗା ଚରଣ ଲୁହୁରା, ଲେଡି ମହୁଲ ଫଡି ମୁନସୀ ପ୍ରମୋଦ ନାଏକ, ଉଡ଼ସୁଙ୍ଗ ଫଡି ମୁନସୀ ସୁଶୀଲ ଶର୍ମା ଙ୍କ ସହିତ ଡାକ ରନର ପ୍ରଦୀପ ଦାସ ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ହେଲେ ବିଡମ୍ବନା ର ବିଷୟ ବଡ଼ରମା କେନ୍ଦୁପତ୍ର ରେଞ୍ଜର ଶୁକ୍ରବାର ଦିନ ବଞ୍ଜରୀ ବାହାଲ ଫଡି କୁ ଆସି ୩୧ ତାରିଖ ସୁଦ୍ଧା ସମସ୍ତ ଫଡି ଗୃହ ମରାମତି କାର୍ଯ୍ୟ ସାରିବାକୁ ତାଗିଦ କରିଥିବା ମୁନସୀ ଏବଂ ଚେକର ମାନେ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିର୍ଦେଶ ମାନି ନିଜ ମାନଙ୍କୁ ମାରି ଶ୍ରମିକ ଭାବେ ଖଟୁଥିବାରୁ ତାଙ୍କ ଗାଡ଼ିମାକୁ ବହୁତ ଆଘାତ ହେଉଥିବା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି। ହେଲେ ସରକାରି କାର୍ଯ୍ୟ ରେ ଶ୍ରମିକଙ୍କୁ ନିୟୋଜିତ କରା ନଯାଇ କେଉଁ ଉଦ୍ଦେଶ୍ୟ ରେ ଏଭଳି କାର୍ଯ୍ୟ କରାଯାଉଛି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ଆବଶ୍ୟକ। ଏ ସମ୍ପର୍କ ରେ ବଡ଼ରମା ରେଞ୍ଜର ଙ୍କ ସହିତ ଯୋଗାଯୋଗ ନ ହୋଇପାରିବାରୁ କୁଚିଣ୍ଡା କେନ୍ଦୁପତ୍ର ଡ଼ି. ଏଫ ଓ ଙ୍କ ୮୨୮୦୩୪୨୬୭୬ନମ୍ବର ରେ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା