ଋଷିକୁଲ୍ୟା ମହାସଭା ପକ୍ଷରୁ ଚାଷୀ ମାନଙ୍କ ସମସ୍ୟା ନେଇ ଆଲୋଚନା

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ) : ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ସୁଦ୍ଧା ଜିଲ୍ଲାରେ କୃଷକ ମାନେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅବହେଳିତ ହୋଇଛନ୍ତି । କୌଣସି ରାଜନୈତିକ ଦଳ କୃଷି ଓ କୃଷକର ବିକାଶ ପାଇଁ ଗୁରୁତ୍ୱ ଦେଉନଥିବାରୁ ଜିଲ୍ଲାର ୨୦ ଭାଗ ଚାଷୀ ଚାଷ କାମ ଛାଡ଼ି ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଗଂଜାମ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ୠଷିକୂଲ୍ୟା ରୟତ ମହାସଭା ତରଫରୁ ବିଭିନ୍ନ ରାଜନୈତିକ ଦଳର ନେତା, ଶିକ୍ଷାବିତ୍ , ବୁଦ୍ଧିଜୀବୀ ଓ ଚାଷୀ ନେତା ମାନଙ୍କୁ ନେଇ ସଭା କରାଯାଇ କୃଷି ଓ କୃଷକର ବିକାଶ ନିମନ୍ତେ ରାଜନୈତିକ ଦଳର ଇସ୍ତହାରରେ କଣ ରହିବା ଦରକାର ସେ ସଂପର୍କରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ସଭାରେ ଭାରତୀୟ କମ୍ୟୁନିଷ୍ଟପାର୍ଟି, ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ତୁଙ୍ଗ ନେତା ମାନେ ଯୋଗ ଦେଇ କୃଷି ଓ କୃଷକର ବିକାଶ ନିମନ୍ତେ ସୁଚିନ୍ତିତ ମତାମତ ଦେଇଥିଲେ । ଚାଷୀ ପ୍ରତିନିଧି, ବୁଦ୍ଧିଜୀବୀ ଓ ରାଜନେତା ମାନଙ୍କର ସମସ୍ତ ପ୍ରସ୍ତାବ କୁ ଗ୍ରହଣ କରି ୧୩ ଦଫା ପ୍ରସ୍ତାବକୁ ଠିକ୍ କରି ସବୁ ଦଳର ସଭାପତି ମାନଙ୍କୁ ପଠାଯାଇଛି । ସେଗୁଡ଼ିକ ହେଲା ସବୁ ଚାଷ ଜମିକୁ ୫ବର୍ଷ ମଧ୍ୟରେ ଜଳସେଚନର ସୁବିଧା, ସମବାୟ ସମିତି ଜରିଆରେ ଚାଷୀଙ୍କ ଆଦାୟର ମାର୍କେଟିଂର ସୁବିଧା କରିବା, ଧାନ କ୍ୱୁଇଂଟାଲ୍ ୩ହଜାର ଟଙ୍କା କରିବା, ଶୀତଳା ଭଣ୍ଡାର ସ୍ଥାପନ କରିବା, ଛୋଟ ଚାଷୀମାନଙ୍କୁ ମାସକୁ ୫ହଜାର ଟଙ୍କା ସାମାଜିକ ସୁରକ୍ଷା ଭତା ପ୍ରଦାନ, ଜଳ ଭଣ୍ଡାର ଗୁଡ଼ିକର ପୁର୍ନରୁଦ୍ଧାର, ସବୁ ଫସଲକୁ ଫସଲ ବୀମା କରିବାସମେତ ୧୩ ଦଫା ରହିଛି ବୋଲି ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଚଂଳ ଏକ ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ